ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ, ୨୨ ଆହତ, ଜଣେ ମୃତ
ବାଲେଶ୍ଵର: ୧୬ ନମ୍ବର ଜାତୀୟ ରାଜପଥ ଅନନ୍ତପୁର ଥାନା ବିଦୁ ଠାରେ ବିଳମ୍ବିତ ରାତିରେ ଶ୍ରୀ ଲକ୍ଷ୍ମୀ ନାମକ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାରେ ୨୨ ଯାତ୍ରୀ ଆହତ ହୋଇଛନ୍ତି l ଜଣେ ତୀର୍ଥ ଯାତ୍ରୀର ମୃତ୍ୟୁ ଘଟଣା ସ୍ଥଳରେ ହୋଇଛି l ବସରେ ୫୩ ତର୍ଥ ଯାତ୍ରୀ ଥିଲେ l ତିନୋଟି ଆମ୍ବୁଲାନ୍ସ ଯୋଗେ ତୀର୍ଥଯାତ୍ରୀ ସୋର ଡାକ୍ତରଖାନାକୁ ଅଣା ଯାଇଥିଲା l
ସୂଚନାଯୋଗ୍ୟ ଯେ,ତୀର୍ଥଯାତ୍ରୀ ବସଟି ଆନ୍ଦ୍ରପ୍ରଦେଶରୁ ବାହାରି କୋଲକାତା ଫେରି ପୁରୀ ଯିବା ବେଳେ ବିଦୁ ଠାରେ ଡିଭିଡ଼ର ପିଟି ଦୁର୍ଘଟଣା ଘଟିଛି l
Powered by Froala Editor