ଡାକ୍ତରୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣା: ଗିରଫ ହେଲା ବୟଫ୍ରେଣ୍ଡ ଭୀମସେନ ଟୁଡୁ
ଭୁବନେଶ୍ଵର: କାଠଯୋଡ଼ି ନଦୀରୁ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ଭଞ୍ଜବାଳା ହେମ୍ବ୍ରମ୍ଙ୍କ ମୃତଦେହ ମିଳିବା ଘଟଣାରେ ବୟଫ୍ରେଣ୍ଡ ଭୀମସେନ ଟୁଡୁଙ୍କୁ ଗିରଫ କରିଛି ପୁଲିସ। ମୟୂରଭଞ୍ଜ ବିଶୋଇ ଥାନା ଅଞ୍ଚଳରୁ ଭୀମସେନ ଟୁଡୁଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ। ଗିରଫ ଭୟରେ ହାଇକୋର୍ଟରେ ଜାମିନ ଆବେଦନ ମଧ୍ୟ କରିଥିଲେ ପୁରୁଷବନ୍ଧୁ ଭୀମସେନ ଟୁଡୁ।
ଭୀମସେନଙ୍କ ପାଇଁ ଚନ୍ଦ୍ରିକାଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ତଥ୍ୟ ମିଳିଛି ବୋଲି ଡିସିପି ସୂଚନା ଦେଇଛନ୍ତି। ପୁରୁଷବନ୍ଧୁଙ୍କୁ ପାଖରୁ ଲାପଟପ୍, ଟାବଲେଟ୍ ଜବତ ହୋଇଛି, ହ୍ବାଟସ୍ ଆପ୍ ତଥ୍ୟ ବି ମିଳିଛି ବୋଲି ଡିସିପି ସୂଚନା ଦେଇଛନ୍ତି। ମୃତ୍ୟୁ ପୂର୍ବରୁ ଚନ୍ଦ୍ରିକା ଭୀମସେନଙ୍କୁ ଫୋନ୍ କରିଥିଲେ, କିନ୍ତୁ ସେ ଫୋନ୍ ଉଠାଇ ନଥିଲେ। । ଆବଶ୍ୟକ ହେଲେ ଭୀମସେନଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବୁ ବୋଲି ଡିସିପି ସୂଚନା ଦେଇଛନ୍ତି।
Powered by Froala Editor