ଡିଜି ପାହ୍ୟା ପାଇଁ ଓଡିଶାରୁ ମନୋନୀତ ହେଲେ ୨ ଆଇପିଏସ ଅଧିକାରୀ
ଭୁବନେଶ୍ଵର:କେନ୍ଦ୍ର ସରକାରଙ୍କ ଉଚ୍ଚସ୍ତରୀୟ ନିଯୁକ୍ତି କମିଟି ‘ଆପଏଣ୍ଟମେଣ୍ଟସ୍ କମିଟି ଅଫ୍ ଦ୍ କ୍ୟାବିନେଟ୍’ ଦେଶର ୩୩ ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ଡାଇରେକ୍ଟର ଜେନେରାଲ୍-ଡିଜି ଓ ଡିଜି ସମକକ୍ଷ ପଦବୀ ପାଇଁ ଏମ୍ପାନେଲ୍ କରିଛନ୍ତି। ଦୌଡରେ ଓଡ଼ିଶା କ୍ୟାଡରର ଦୁଇ ଜଣ ବରିଷ୍ଠ ଅଧିକାରୀ ସ୍ଥାନ ପାଇଛନ୍ତି। ଦୁଇ ଆଇପିଏସ ସୁଧାଂଶୁ ଷଡ଼ଙ୍ଗୀ ଓ ପିଏସ ରଣପିସେ ଏମପାନେଲଡ । ଓଡ଼ିଶା କ୍ୟାଡରର ଦୁଇ ଜଣ ଦକ୍ଷ ତଥା ବରିଷ୍ଠ ଆଇପିଏସ ଅଫିସର କେନ୍ଦ୍ରୀୟ ସ୍ତରରେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ଓଡ଼ିଶା କ୍ୟାଡର ଅଧିକାରୀ ହେଲେ ୧୯୯୦ ବ୍ୟାଚ୍ ର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ଏବଂ ୧୯୯୫ ବ୍ୟାଚର ପଦ୍ମାକର ଏସ୍ ରଣପିସେ।୧୯୯୦ ବ୍ୟାଚ୍ ର ଆଇପିଏସ୍ ଅଫିସର ସୁଧାଂଶୁ ଷଡ଼ଙ୍ଗୀ ବର୍ତ୍ତମାନ ଓଡ଼ିଶାର ଅଗ୍ନିଶମ ସେବା ମହାନିର୍ଦ୍ଦେଶକ, ହୋମଗାର୍ଡ କମାଣ୍ଡାଣ୍ଟ ଜେନେରାଲ ଏବଂ ସିଭିଲ ଡିଫେନ୍ସର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି ।ପୂର୍ବରୁ କଟକ-ଭୁବନେଶ୍ୱରର ପୋଲିସ କମିଶନର ଭାବେ ବେଶ୍ ସଫଳତାର ସହ କାର୍ଯ୍ୟ କରି ଲୋକପ୍ରିୟତା ଅର୍ଜନ କରିଥିଲେ। ପୋଲିସ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ଅନେକ ପୋଲିସ ପଦକରେ ସମ୍ମାନିତ ହୋଇଛନ୍ତି।ଅନ୍ୟପଟେ ୧୯୯୫ ବ୍ୟାଚ୍ ର ଆଇପିଏସ୍ ଅଫିସର ପଦ୍ମାକର ଏସ୍. ରଣପିସେ ବର୍ତ୍ତମାନ ସିଆଇଏସଏଫ ରେ ଏଡିଜି ଭାବେ କାର୍ଯ୍ୟ କରୁଛନ୍ତି ।
Powered by Froala Editor