‘ଦୀଘା ଜଗନ୍ନାଥ ଧାମ’ ନାମରୁ ‘ଧାମ’ ଶବ୍ଦ ହଟାଯିବ
ଦୀଘା ଜଗନ୍ନାଥ ମନ୍ଦିରର ନାମକରଣକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ବିବାଦ ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ‘ଦୀଘା ଜଗନ୍ନାଥ ଧାମ’ ନାମରୁ ‘ଧାମ’ ଶବ୍ଦ ହଟାଯିବ ଏବଂ ଏହାର ନୂତନ ନାମ ‘ଦୀଘା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର’ ରଖାଯିବ।
‘ଧାମ’ ଶବ୍ଦ ଉଠାଇବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ପତ୍ର ପାଇବା ପରେ ତତ୍ପର ହୋଇଥିଲା ପଶ୍ଚିମବଙ୍ଗ ସରକାର। ମାମଲା କୋଟି ଓଡ଼ିଆଙ୍କ ପ୍ରାଣକେନ୍ଦ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ହୋଇଥିବାରୁ ହସ୍ତକ୍ଷେପ କରିଥିଲେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ମୋହନ ମାଝୀ ତାଙ୍କ ଚିଠିରେ ଉଲ୍ଲେଖ କରିଥିଲେ ଯେ, ‘ଜଗନ୍ନାଥ ଧାମ’ ଶବ୍ଦଟି ଐତିହାସିକ ଓ ଧାର୍ମିକ ଭାବେ କେବଳ ପୁରୀ ଶ୍ରୀକ୍ଷେତ୍ର ସହ ଜଡ଼ିତ ଏବଂ ଅନ୍ୟ କୌଣସି ମନ୍ଦିର ପାଇଁ ଏହାର ବ୍ୟବହାର ଭକ୍ତମାନଙ୍କ ଭାବାବେଗକୁ ଆଘାତ ଦେଉଛି।
ଟିଏମ୍ସି ସରକାର ଦୀଘାରେ ନିର୍ମାଣ ହୋଇଥିଲେ ଭବ୍ୟ ଶ୍ରୀଜଗନ୍ନାଥ ମନ୍ଦିର। ଯାହାକୁ ‘ଧାମ’ ବୋଲି ଘୋଷଣା କରିଥିଲେ। ସେତେବେଳେ ଏହାକୁ ଓଡ଼ିଶାରେ ଜୋରଦାର ବିରୋଧ କରାଯାଥିଲା। ହେଲେ ଶୁଣିନଥିଲେ ମମତା ସରକାର। କିନ୍ତୁ ଦୁଇ ରାଜ୍ୟରେ ସରକାର ବଦଳିଛି। ଆଉ ତା’ପରେ ଆରମ୍ଭ ହେଲା ପ୍ରକ୍ରିୟା। ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇବା ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଚିଠି ଲେଖିଥିଲେ।
Powered by Froala Editor