ସାକ୍ଷାତ୍କାର ମଝିରୁ ଆଙ୍କରଙ୍କ ଉପରେ ରାଗି ଯାଇ ମୂର୍ଖ କହି ମାଇକ୍ରୋଫୋନ୍ ଫିଙ୍ଗି ଦେଲେ ଟ୍ରମ୍ପ
ୱାଶିଂଟନ: ଏନ୍ବିସିକୁ ସାକ୍ଷାତ୍କାର ଦେବା ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ରାଗି ଯାଇ ସାକ୍ଷାତ୍କାର ମଝିରୁ ଉଠି ଚାଲି ଯାଇଥିଲେ। ସେ ଜଣେ ମହିଳା ପ୍ରଶ୍ନକର୍ତ୍ତା (ନ୍ୟୁଜ୍ ଆଙ୍କର)ଙ୍କ ଉପରେ ରାଗି ଯାଇ ତାଙ୍କୁ ବେଇମାନ ଏବଂ ମୂର୍ଖ ବୋଲି କହି ମାଇକ୍ରୋଫୋନ୍ ଫିଙ୍ଗି ଦେଇ ଚାଲିଯାଇଥିଲେ। ନ୍ୟୁଜ୍ ଆଙ୍କର ଜଣକ କାର୍ଲିଫର୍ଣ୍ଣିଆରେ ଭୋଟ ଗଣତିରେ ବିଳମ୍ବ ସମ୍ପର୍କରେ ଟ୍ରମ୍ପ ଆଣିଥିବା ଜାଲିଆତି ଅଭିଯୋଗ ଉପରେ ପ୍ରଶ୍ନ ଉଠାଇ ପ୍ରମାଣ ମାଗିଥିଲେ। ଆଙ୍କର ଜଣକ ବାରମ୍ବାର ପ୍ରମାଣ ମାଗିବାରୁ ଟ୍ରମ୍ପ ରାଗିଯାଇଥିଲେ। ନ୍ୟୁଜ୍ ଆଙ୍କରଙ୍କୁ ଚିତ୍କାର କରି ଟ୍ରମ୍ପ କହିଥିଲେ, ତୁମେ ବେଇମାନ ହୁଅ କିମ୍ବା ମୂର୍ଖ, ଏହି ସାକ୍ଷାତ୍କାରକୁ ଏଠାରେ ଶେଷ କରିଦିଅ। ମୋର କାମ ସରିଲା। ତେବେ ଆଙ୍କର ତାଙ୍କୁ ରହିବାକୁ ଅନୁରୋଧ କରିଥିଲେ। ଟ୍ରମ୍ପ ଉତ୍ତର ଦେଇଥିଲେ ମୁଁ ତୁମ ସହିତ ଗୋଟିଏ ଘଣ୍ଟା ବସିଲି। ମୁଁ ତୁମକୁ ପର୍ଯ୍ୟାପ୍ତ ସମୟ ଦେଇଛି। ତୁମକୁ ଓ ତୁମର ଗଣମାଧ୍ୟମ ସଂସ୍ଥାକୁ ସଂସ୍କାର କରିବାକୁ ପଡ଼ିବ। ତୁମେ ଜାଣିଛ କ’ଣ? ଏକ ବେଇମାନ ଗଣମାଧ୍ୟମ ସହିତ କୌଣସି ଦେଶ କେବେ ମହାନ ହୋଇପାରିବ ନାହିଁ। ଚାଲ ଏବେ ଯିବା। ଏହା କହି ଟ୍ରମ୍ପ ଚେୟାରରୁ ଉଠି ସାକ୍ଷାତ୍କାର ଛାଡ଼ି ଚାଲିଯାଇଥିଲେ। ପୂର୍ବରୁ ୨୦୨୦ ମସିହାରେ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ ଏକ ସାକ୍ଷାତ୍କାର ମଝିରୁ ଚାଲିଯାଇଥିଲେ।
Powered by Froala Editor