ଟ୍ରକ୍ ଧକ୍କାରେ ଚାଲିଗଲା ମା’-ଝିଅଙ୍କ ଜୀବନ
ବଲାଙ୍ଗିର: ବଲାଙ୍ଗିର ସହର ଗାନ୍ଧୀନଗରପଡ଼ା ଫିସରି ଅଫିସ ନିକଟରେ ଟ୍ରକ୍ ଧକ୍କାରେ ୨ଜଣ ମା’-ଝିଅଙ୍କ ମୃତ୍ୟୁ ହୋଇଛି । ମୃତ ମା’ ଓ ଝିଅ ହେଲେ ବଲାଙ୍ଗିର ତାଲପାଲିପଡ଼ାର ସୁନୀତା ନାଗ ଓ ଝିଅ ଶ୍ରୁତି। ସୂଚନା ଅନୁସାରେ, ଅନୀତା ବଲାଙ୍ଗିର ସମଲେଶ୍ବରୀ ନର୍ସିଂ ହୋମରେ ସଫେଇ କର୍ମଚାରୀ ଭାବେ କାମ କରୁଥିଲେ। ଆଜି ସକାଳେ ଝିଅ ଶ୍ରୁତି ସହ ନର୍ସିଂ ହୋମକୁ ସ୍କୁଟିରେ ଯାଉଥିଲେ ସକାଳ ପ୍ରାୟ ୬.୩୦ ରେ ଗାନ୍ଧୀନଗରପଡ଼ା ଫିସରୀ ଅଫିସ ନିକଟରେ ଏକ ଟ୍ରକ୍ ସ୍କୁଟି ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ମା’-ଝିଅଙ୍କ ମୃତ୍ୟୁ ହୋଇଯାଇଥିଲା। ବଲାଙ୍ଗିର ଟାଉନ ପୁଲିସ ପହଞ୍ଚି ଦୁଇଟି ଯାକ ମୃତଦେହକୁ ଵ୍ୟଵଚ୍ଛେଦ ପାଇଁ ବଲାଙ୍ଗିର ଭୀମ ଭୋଇ ଚିକିତ୍ସାଳୟକୁ ପଠାଇଛି।
Powered by Froala Editor