୨୧ରେ ଏନ୍ଇଇଟି-ୟୁଜି ପରୀକ୍ଷା, ସହର ଆଲର୍ଟମେଣ୍ଟ କଲା NTA
ଆସନ୍ତା ୨୧ରେ ଏନ୍ଇଇଟି-ୟୁଜି ପରୀକ୍ଷା ହେବାକୁ ଯାଉଛି । ଏଥିପାଇଁ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ପରୀକ୍ଷା ସହର ଆଲର୍ଟମେଣ୍ଟ କରିଛି । neet.nta.nic.in ସାଇଟ୍ ଯାଇ ଚେକ୍ କରିବାକୁ ପରାମର୍ଶ ଦିଆଯାଇଛି । ପରୀକ୍ଷାର୍ଥୀ କେଉଁ ସହରରେ ପରୀକ୍ଷା ଦେବେ ସେନେଇ ୱେବସାଇଟ୍ରେ ସୂଚନା ଦିଆଯାଇଛି । ଏଥିପାଇଁ ଛାତ୍ରୀଛାତ୍ର ଆପ୍ଲିକେଶନ ନମ୍ବର ଏବଂ ପାସ୍ଓ୍ବାର୍ଡ ସହାୟତାରେ ଓ୍ବେବ୍ସାଇଟ୍କୁ ଲଗ୍ ଇନ୍ କରି ସହର ସ୍ଲିପ୍ ଦେଖିବା ସହ ଡାଉନ୍ଲୋଡ୍ କରିପାରିବେ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି।
ଭାରତର ୫୫୧ଟି ସହର ଏବଂ ବିଦେଶରେ ୧୪ଟି ସହରରେ ଅପରାହ୍ନ ୨ଟାରୁ ୫ଟା ୧୫ ମଧ୍ୟରେ ଏନ୍ଇଇଟି-ୟୁଜି ପୁନଃ ପରୀକ୍ଷା କାଗଜକଲମରେ ହେବ ବିଜ୍ଞପ୍ତିରେ କୁହାଯାଇଛି। ପରୀକ୍ଷା ସହର ସୂଚନା ସ୍ଲିପ୍ ଆଡମିଟ୍ କାର୍ଡ ନୁହେଁ । ଏହା କେବଳ ପରୀକ୍ଷାର୍ଥୀମାନଙ୍କୁ ସେମାନଙ୍କ ପରୀକ୍ଷା କେନ୍ଦ୍ର କେଉଁ ସହରରେ ରହିଛି, ତାହା ଜଣାଇବା ପାଇଁ ଉଦ୍ଦିଷ୍ଟ । ଆଡମିଟ୍ କାର୍ଡ ପରେ ଇସ୍ୟୁ କରାଯିବ ବୋଲି ସୂଚନା ଦିଆଯାଇଛି ।
Powered by Froala Editor