ଦିଲ୍ଲୀ ମାଲବ୍ୟ ନଗର ଅଗ୍ନିକାଣ୍ଡରେ ୨୧ ମୃତକଙ୍କ ମଧ୍ୟରୁ ୧୮ ଜଣ ବିଦେଶୀ
ନୂଆଦିଲ୍ଲୀ : ଦିଲ୍ଲୀ ମାଲବ୍ୟ ନଗର ରେସ୍ତୋରାଁରେ ଘଟିଥିବା ଅଗ୍ନିକାଣ୍ଡରେ ୨୧ ମୃତକଙ୍କ ମଧ୍ୟରୁ ୧୮ ଜଣ ବିଦେଶୀ ବୋଲି ସୂଚନା ମିଳିଛି। ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। କାହିଁକି ନିଆଁ ଲାଗିଲା, ଏଥିପାଇଁ କିଏ ଦାୟୀ, ଭଳି ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରାଯାଉଛି।
ରାଜଧାନୀ ଦିଲ୍ଲୀର ମାଲବ୍ୟ ନଗର ଅଞ୍ଚଳରେ ବୁଧବାର ଦିନ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟି ଅତି ୨୧ ଜଣଙ୍କ ମୃତ୍ୟୁ ଏବଂ ୩୭ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। ଏହି ଘଟଣାଟି ରେସ୍ତୋରାଁରେ ଅନେକ ଲୋକ ଉପସ୍ଥିତ ଥିବା ସମୟରେ ଘଟିଥିଲା।
Powered by Froala Editor