ନାବାଳିକା ଦୁଷ୍କର୍ମ ମାମଲା : ପ୍ରେସମିଟରେ ହସି ୩ IPS ସସପେଣ୍ଡ
ତାମିଲନାଡୁର କୋଏମ୍ବାଟୁରରେ ଜଣେ ୧୦ ବର୍ଷୀୟା ଝିଅକୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା। ତାମିଲନାଡ଼ୁ କୋଏମ୍ବାଟୁରର ଏଇ ଘଟଣା ସାରା ଦେଶରେ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି। କୋଏମ୍ବାଟୁରରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏନେଇ ଦୁଇ ଅଭିଯୁକ୍ତଙ୍କୁ ଗିରଫ ପରେ ପ୍ରେସମିଟ ଡାକିଥିଲା ପୋଲିସ୍ । ଏହି ସାମ୍ବାଦିକ ସମ୍ମିଳନୀରେ ହସି ହସି ଖୁସିରେ ମସଗୁଲ ହେଲେ ବରିଷ୍ଠ ପୋଲିସ୍ ଅଧିକାରୀ।
ପୋଲିସ ଦ୍ୱାରା ଆୟୋଜିତ ଏକ ପ୍ରେସ ବ୍ରିଫିଂ ସମୟରେ, ଜଣେ ମହିଳା ଅଧିକାରୀ ସମେତ ଦୁଇଜଣ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। ଖୋଦ୍ କୋଏମ୍ବାଟୁର ଆଇଜି ରାମୈୟା ଭାରତୀ ନଖ ଘଷି ଘଷି ଏକଦମ୍ ବିନ୍ଦାସ ଥିଲେ, ସାଥୀ ପୋଲିସ୍ ଅଧିକାରୀଙ୍କ ସହ ହସୁଥିଲେ, ସତେ ଯେମିତି କିଛି ହୋଇନି, କିଛି ଘଟିନି। ଏପରିକି ଘଟଣା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ବି ବେଶ୍ ହାଲୁକା ଢଙ୍ଗରେ ଦେଇଥିଲେ।
ଏକ ସମ୍ୱେଦନଶୀଳ ଘଟଣାରେ ବରିଷ୍ଠ ଅଧିକାରୀମାନଙ୍କ ଏଭଳି ଆଚରଣକୁ ନେଇ ସେମାନଙ୍କୁ ଚାକିରିରୁ ସସପେଣ୍ଡ କରାଯାଇଛି । ହସିବା ଘଟଣାକୁ ନେଇ ସାରା ଦେଶରୁ ନିନ୍ଦା କରାଯିବା ସହ ପୋଲିସ୍ ର ଏଭଳି ଆଚରଣକୁ ନେଇ ପ୍ରଶ୍ନ ବି ଉଠିଛି। ଏଭଳି ସମ୍ବେଦନଶୀଳ ଘଟଣା ହସିଥିବା ଅଧିକାରୀମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
Powered by Froala Editor