ନିର୍ଦ୍ଦୋଷରେ ଖଲାସ ହେଲା ଅବଦୁର ରେହମାନ
କଟକ : ନିର୍ଦ୍ଦୋଷରେ ଖଲାସ ହେଲା ଅବଦୁର ରେହମାନ। ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କଲେ ଜିଲା ଦୌରାଜଜ। ସାଲେପୁର ଅବଦୁର ରେହମାନ ମାମଲାରେ ପ୍ରମାଣ ଯୋଗାଡ କରିପାରିଲାନି କ୍ରାଇମବ୍ରାଞ୍ଚ। ପ୍ରମାଣ ଅଭାବରୁ ମୁକ୍ତ କରିବା ପାଇଁ କହିଲେ ଜିଲା ଦୌରାଜଜ। ପୂର୍ବରୁ ଜାମସେଦପୁର କୋର୍ଟ ମଧ୍ୟ ଅନୁରୂପ ରାୟ ଦେଇଥିଲେ। ମାତ୍ର ଦିଲ୍ଲୀ କୋର୍ଟ ୭ ବର୍ଷର ସଜା ଶୁଣାଇଥିଲେ। ୨୦୧୫ରେ ସାଲେପୁର ପଶ୍ଚିମକଚ୍ଛରୁ ଗିରଫ ହୋଇଥିଲେ।
କ୍ରାଇମବ୍ରାଞ୍ଚକୁ ଝଟକା ଲାଗିଛି। ଅବଦୁର ରେହମାନ ମାମଲାରେ ପ୍ରମାଣ ଯୋଗାଡ କରିପାରିଲାନି କ୍ରାଇମବ୍ରାଞ୍ଚ। ପ୍ରମାଣ ଅଭାବରୁ ମୁକ୍ତ କରିବା ପାଇଁ କହିଲେ ଜିଲା ଦୌରାଜଜ। ଏକ୍ୟୁଆଇଏସ ଲିଙ୍କରେ ଅବଦୁର ରେହମାନଙ୍କୁ ଗିରଫ କରାଯାଇଥିଲା। ଏକ୍ୟୁଆଇଏସ- ଅଲ୍ କାଏଦା ଇଣ୍ଡିଆନ୍ ସବ୍ କଣ୍ଟିନେଣ୍ଟ। ଗିରଫ ପରେ ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହୋଇଥିଲା।
୧୧ ବର୍ଷ ଧରି ମୋତେ ଜେଲରେ ରହିବାକୁ ପଡ଼ିଛି ବୋଲି କହିଲା ରେହମାନ।
Powered by Froala Editor