ଫ୍ଲାସ୍ ଲାଇଟ ଲଗାଇ ରୋଗୀ ଚିକିତ୍ସା କଲେ ଡାକ୍ତର
ପୁରୀ : ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିଦ୍ୟୁତ୍ ବିଭ୍ରାଟ ଯୋଗୁଁଁ ରୋଗୀସେବା ବାଧାପ୍ରାପ୍ତ ହୋଇଛି। ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ବିଦ୍ୟୁତ୍ ସରବରାହ ବନ୍ଦ ହୋଇଯାଇଥିଲା। ଫଳରେ ସମଗ୍ର ଚିକିତ୍ସାଳୟ ଅନ୍ଧାର ହୋଇଯିବା ସହ ପ୍ରବଳ ଗରମ ଓ ଗୁଳୁଗୁଳି ଯୋଗୁଁଁ ରୋଗୀ ଛଟପଟ ହୋଇଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ, ଡାକ୍ତର ମୋବାଇଲ ଫ୍ଲାସ୍ ଲାଇଟ ଏବଂ ଟର୍ଚ୍ଚ ଆଲୁଅରେ ରୋଗୀ ଚିକିତ୍ସା କରିବା ସହ ଔଷଧ ଲେଖିଥିଲେ। ଅନ୍ଧାର ମଧ୍ୟରେ ଚିକିତ୍ସା ସେବା ବ୍ୟାହତ ହେବାରୁ ମେଡ଼ିକାଲ ପରିସରରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଉତ୍ତେଜନା ସହ ହୋହାଲ୍ଲା ଦେଖିବାକୁ ମିଳିଥିଲା। ବିଦ୍ୟୁତ୍ କଟିବା ସଙ୍ଗେସଙ୍ଗେ ଦାୟିତ୍ବରେ ଥିବା ବିଦ୍ୟୁତ୍ କର୍ମଚାରୀ ଡିଜି ସଂଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ। ଦୀର୍ଘ ୩୦ ମିନିଟ ପରେ ବିଦ୍ୟୁତ୍ ସରବରାହ ସ୍ବାଭାବିକ ହୋଇଥିଲା।
Powered by Froala Editor