ପତିତପାବନ ବାନା ଲାଗି ବେଳେ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍
ପୁରୀ : ଶ୍ରୀଜଗନ୍ନାଥ ମନ୍ଦିର ଚାରିପାଖରେ ଡ୍ରୋନ୍ ଉଡ଼ାଣ ଉପରେ କଟକଣା ଜାରି ରହିଥିବା ସତ୍ତ୍ବେ ସୋମବାର ସନ୍ଧ୍ୟା ୫ଟା ୫୫ରେ ପତିତପାବନ ବାନା ଲାଗି ବେଳେ ଶ୍ରୀମନ୍ଦିର ଓ ନୀଳଚକ୍ର ଉପରେ ଗୋଟିଏ ଡ୍ରୋନ୍ ଉଡ଼ୁଥିବା ଦେଖିବାକୁ ମିଳିଥିଲା। ସିଂହଦ୍ବାର ପୁଲିସ ଓ ସ୍ବତନ୍ତ୍ର ଟିମ ପକ୍ଷରୁ ଡ୍ରୋନ୍ର ପିଛା କରାଯାଇଥିଲା।
ଧାନକୁଟି ସାହି ଗଳିରୁ ଝାଡ଼ଖଣ୍ଡର ଦୀପୁ କୁମାର ଯାଦବ ଡ୍ରୋନ୍ ଉଡ଼ାଉଥିବା ଜଣାପଡ଼ିଥିଲା। ପୁଲିସ ଡ୍ରୋନ୍କୁ ଜବତ କରିବା ସହ ଦୀପୁଙ୍କୁ ଥାନାରେ ଅଟକ ରଖିଛି।
Powered by Froala Editor