୨୦ ରେ ପ୍ରକାଶ ପାଇବ +୨ ପରୀକ୍ଷା ଫଳ
ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆସନ୍ତା ୨୦ ତାରିଖ ବୁଧବାର ପ୍ରକାଶ ପାଇବ। ଏନେଇ ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ପାଠ୍ୟକ୍ରମ ଏବଂ କରେସପଣ୍ଡେସ୍ କୋର୍ସ ଫଳ ପ୍ରକାଶ ପାଇବ। ଆସନ୍ତା ୨୦ ତାରିଖ ମଧ୍ୟାହ୍ଣ ୧୨ଟା ୩୦ରେ ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବେ। ପରୀକ୍ଷା ଫଳ ପ୍ରକାଶ ପରେ ଅପରାହ୍ଣ ୩ଟାରେ results.odisha.gov.in ଓ results.digilocker.gov.in ଲଗଇନ୍ କରି ପରୀକ୍ଷାର୍ଥୀ ସେମାନଙ୍କର ଫଳ ଜାଣିପାରିବେ। ସାମ୍ସ ଇ-ସ୍ପେସ୍ରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ପରୀକ୍ଷା ଫଳ ପାଇପାରିବେ। ଫଳ ଘୋଷଣା ଦିନ ହିଁ ଇନ୍ଷ୍ଟାଣ୍ଟ ପରୀକ୍ଷା ସୂଚୀ ଘୋଷଣା କରାଯିବ।
Powered by Froala Editor