୧୫ ଓ ୧୬ରେ ଏହି ସ୍ଥାନରେ ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା
ପୁରୀ : ପୁଣି ଇସ୍କନର ମନମାନି ଦେଖିବାକୁ ମିଳିଛି। ବିଦେଶରେ ଇସ୍କନ ସଂସ୍ଥା ଦ୍ବାରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଦିନିଆ ରଥଯାତ୍ରା ଆୟୋଜନ କରାଯାଇଛି। ଚେତାବନୀ ସତ୍ତ୍ବେ ଚଳିତ ମାସ ୧୫ ଓ ୧୬ରେ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ଏବଂ ୧୬ରେ ଆମେରିକାର ଫ୍ଳୋରିଡାରେ ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ଆୟୋଜନ କରାଯାଇଥିଲା। ସ୍ଥାନୀୟ ଓଡ଼ିଆ ସଂଗଠନ ଏହାର ବିରୋଧ କରିବା ସହ ଚିଠି ଲେଖିଥିବା ସୂଚନା ମିଳିଛି। ଅଦିନିଆ ରଥଯାତ୍ରାକୁ ନେଇ ସାରା ବିଶ୍ବରେ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
Powered by Froala Editor