ଇନଷ୍ଟାଗ୍ରାମ୍ରେ ତ୍ରିଶା କହିଦେଲେ ମନର କଥା
ଟଲିଉଡ୍ ଦୁଇ ସୁପରଷ୍ଟାର ଥାଲାପଥି ବିଜୟ ଏବଂ ତ୍ରିଷା କୃଷ୍ଣନଙ୍କ ପଡ଼ବ କି ହାତଗଣ୍ଠି ? ବିଜୟ CM ହେବା ପରେ ବିବାହକୁ ନେଇ ତ୍ରିଶାଙ୍କ ଇନଷ୍ଟାରେ ପୋଷ୍ଟ ପରେ ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଛି।
ଶପଥ ଗ୍ରହଣ ଉତ୍ସବର ଠିକ୍ ପରେ ପରେ ତ୍ରିଷା ନୀଳ ରଙ୍ଗର ଶାଢ଼ୀ ପିନ୍ଧିଥିବା ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ତ୍ରିଷା ଲେଖିଛନ୍ତି- “ପ୍ରେମ ସବୁବେଳେ ଶକ୍ତିଶାଳୀ”। ପ୍ରଶଂସକମାନେ ଏହାକୁ ବିଜୟଙ୍କ ପାଇଁ ତ୍ରିଷାଙ୍କ ପ୍ରେମର ହିଣ୍ଟ୍ ବୋଲି କହୁଛନ୍ତି । ଆଉ ଏସବୁ ମଧ୍ୟରେ ଜ୍ୟୋତିଷ ବେଣୁ ସ୍ୱାମୀଙ୍କ ଏକ ଭବିଷ୍ୟବାଣୀ ନିଆଁରେ ଘିଅ ଢାଳିବା ପରି କାମ କରିଛି । ତାଙ୍କ ମତରେ, ବିଜୟଙ୍କ ରାଜନୈତିକ ସଫଳତା ପଛରେ ତ୍ରିଷାଙ୍କ ଗ୍ରହନକ୍ଷତ୍ରର ବଡ଼ ହାତ ରହିଛି । କିନ୍ତୁ ସେ ଏହା ମଧ୍ୟ ସତର୍କ କରାଇଛନ୍ତି ଯେ ତ୍ରିଷାଙ୍କ କାରଣରୁ ହିଁ ବିଜୟଙ୍କ ସରକାର ଭବିଷ୍ୟତରେ ସମସ୍ୟାର ସମ୍ମୁଖୀନ ହୋଇପାରେ।
ବିଜୟ ଏବଂ ତ୍ରିଶା ତାମିଲ ଫିଲ୍ମ ଜଗତରେ ଲୋକପ୍ରିୟ ଯୋଡ଼ି । ଏମାନଙ୍କ ପ୍ରତ୍ୟେକ ଫିଲ୍ମ ସୁପର ହିଟ୍ ହୋଇଛି । ଆଉ ଏମାନଙ୍କ ଲୁଚା ପ୍ରେମକୁ ନେଇ ମଧ୍ୟ ଖୁବ୍ ଚର୍ଚ୍ଚା ହୋଇଛି । ଆଗକୁ ତ୍ରିଶାଙ୍କ ତାମିଲ ଚଳଚ୍ଚିତ୍ର କାରୁପ୍ପୁର ମୁକ୍ତିଲାଭ ଅପେକ୍ଷାରେ ରହିଥିବା ବେଳେ ବିଜୟଙ୍କ ମୁଖ୍ୟମନ୍ତ୍ରୀ ହେବା ତାଙ୍କୁ ଆହୁରି ଅଧିକ ଖୁସି କରିଛି ।
Powered by Froala Editor