ହଜ୍ ଯାତ୍ରୀଙ୍କ ପାଇଁ ବିମାନ ଭଡ଼ା ୧୦ ହଜାର ଟଙ୍କା ବୃଦ୍ଧି
ନୂଆଦିଲ୍ଲୀ: ଭାରତୀୟ ହଜ୍ କମିଟି ଚଳିତ ବର୍ଷ ହଜ୍ ଯାତ୍ରୀଙ୍କ ପାଇଁ ବିମାନ ଭଡ଼ା ୧୦ ହଜାର ଟଙ୍କା ବୃଦ୍ଧି କରିଛି। ଏହି ସରକାରୀ ନିଷ୍ପତ୍ତି ଦେଶରେ ରାଜନୈତିକ ଝଡ଼ ସୃଷ୍ଟି କରିଛି। ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱେସି ଏବଂ କଂଗ୍ରେସ ଦଳ ଏହି ନିଷ୍ପତ୍ତିକୁ ମୁସଲମାନମାନଙ୍କ ପ୍ରତି ଅନ୍ୟାୟ ବୋଲି କହିଛନ୍ତି। ସେ କହିଛନ୍ତି ତୀର୍ଥଯାତ୍ରୀଙ୍କଠାରୁ ୯୦ ହଜାର ଆଦାୟ କରାଯାଇଛି। ଏବଂ ଏବେ ଅତିରିକ୍ତ ୧୦ ହଜାର ଦାବି କରାଯାଉଛି। ହଜ୍ କମିଟି କ’ଣ ଚାହୁଁନାହିଁ ଯେ ଗରିବ ଲୋକମାନେ ହଜ୍ କରିପାରିବେ? ତେଣୁ ସରକାର ଆଦାୟ ବନ୍ଦ କରି ତୁରନ୍ତ ସଂଗୃହିତ ଟଙ୍କା ଫେରାଇବା ଉଚିତ।
Powered by Froala Editor