ବାଘ ମୁହଁରୁ ଝିଅକୁ ବଞ୍ଚାଇବା ପାଇଁ ଜୀବନକୁ ବାଜି ଲଗାଇଲେ ବାପା
ନୂଆଦିଲ୍ଲୀ : ବାଘ ପାଟିରୁ ବଞ୍ଚିଲା କୁନି ଝିଅର ଜୀବନ। ମରଣ ମୁହଁରୁ ଝିଅର ଜୀବନ ରକ୍ଷା କଲେ ବାପା। ଝିଅକୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇବାକୁ ପଛାଇଲେ ନାହିଁ। ଏଭଳି ଘଟଣା ଘଟିଛି ଗୁଜରାଟର ଛୋଟା ଉଦେପୁର ଜିଲାରେ। କଲରାପତରିଆ ବାଘ ସହ ଲଢେଇ କରି ନିଜ ୪ ବର୍ଷ କୁନି ଝିଅର ଜୀବନକୁ ରକ୍ଷା କରିଥିଲେ ବାପା ସୁରେଶ ରଥୱା।
ମିଳିଥିବା ସୂଚନାନୁସାରେ ଗତ ବୁଧବାର ସନ୍ଧ୍ୟାରେ ଘର ନିକଟରେ ନାବାଳିକା ଜଣକ ଖେଳୁଥିବା ବେଳେ ହଠାତ୍ ଏକ କଲରାପତରିଆ ବାଘ ଆସି ଆକ୍ରମଣ କରିଥିଲା। ଝିଅର ଚିତ୍କାର ଶୁଣି ବାପା ଦୌଡି ଆସିଥିଲେ ତା’ର ଜୀବନ ରକ୍ଷା କରିବାକୁ। ଶେଷରେ ବାପାର ସାହସ ସାମ୍ନାରେ ବାଘ ହାର ମାନି ସେଠାରୁ ପଳାଇଥିଲା।
Powered by Froala Editor