ଭୋଟ୍ ଦେବା ସମୟରେ ବିଜେପି ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି
ନୂଆଦିଲ୍ଲୀ: ପୁଡୁଚେରୀର ମନ୍ନାଦିପେଟ୍ ବିଧାନସଭା ନିର୍ବାଚନମଣ୍ଡଳୀର ତିରୁକାନୁର ଗାଁରେ ଭୋଟ୍ ଦେବା ସମୟରେ ବିଜେପି ଏବଂ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। କଂଗ୍ରେସ କର୍ମୀମାନେ ଭୋଟ୍ ବୁଥ୍ ନିକଟରେ ବିଜେପି କର୍ମୀଙ୍କ ଉପସ୍ଥିତିକୁ ବିରୋଧ କରିବାରୁ ବିବାଦ ଆରମ୍ଭ ହୋଇଥିଲା। କଂଗ୍ରେସ କହିଛି ଯେ କେବଳ ଭୋଟରମାନେ ସେଠାରେ ଉପସ୍ଥିତ ରହିବା ଉଚିତ। ଏହାପରେ ଉଭୟ ଦଳର କର୍ମୀମାନେ ଝଗଡ଼ା ଆରମ୍ଭ କରିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ୍ ଘଟଣାସ୍ଥଳରେ ଲାଠିଚାର୍ଜ କରିଥିଲା। ପୁଲିସ୍ ସୂତ୍ର ଅନୁଯାୟୀ, ଏହି ଘଟଣା ଭୋଟ୍ ପ୍ରକ୍ରିୟାକୁ ପ୍ରଭାବିତ କରିନାହିଁ। ଗୃହମନ୍ତ୍ରୀ ଏ ନମଶିବାୟମ୍ ବିଜେପିରୁ ନିର୍ବାଚନ ଲଢ଼ୁଛନ୍ତି ଏବଂ ପୂର୍ବତନ ଉପବାଚସ୍ପତି ଟିପିଆର ସେଲଭମ୍ କଂଗ୍ରେସରୁ ନିର୍ବାଚନ ଲଢ଼ୁଛନ୍ତି।
Powered by Froala Editor