ସେୟାର ମାର୍କେଟରେ ଚମକ, ସୁନା ମହଙ୍ଗା
ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ଉପରେ ସେୟାର ମାର୍କେଟରେ ଚମକ୍ ଦେଖିବାକୁ ମିଳିଛି। ବୁଧବାର ଭୁବନେଶ୍ବରରେ ସୁନା ମହଙ୍ଗା ହୋଇଛି। ମାର୍କେଟ୍ ଖୋଲୁ ଖୋଲୁ ସେନସେକ୍ସ ଅଢେଇ ହଜାର ପଏଣ୍ଟ, ନିଫ୍ଟି ୭୫୦ ପଏଣ୍ଟ ଉପରେ କାରବାର ଆରମ୍ଭ କରିଛି। ଏହାରି ଭିତରେ ଅଟୋ ସେକ୍ଟର, ବ୍ୟାଙ୍କିଂ, ମେଟାଲ, ମିଡିଆ ସେକ୍ଟରରେ ଉତ୍ସାହ ଦେଖିବାକୁ ମିଳିଛି।
ଏମିତିକି ସୁନା ଦରରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଛି। ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍କୁ ୩ ହଜାର ୯୮୦ ଟଙ୍କା ବଢିଛି। ଗତକାଲି ୧ ଲକ୍ଷ ୪୯ ହଜାର ୮୪୦ ଟଙ୍କା ଥିବା ବେଳେ ଆଜି ବୃଦ୍ଧି ଘଟି ୧ ଲକ୍ଷ ୫୩ ହଜାର ୮୨୦ ଟଙ୍କା ହୋଇଛି।
୨୨ କ୍ୟାରେଟ୍ ସୁନା ୧୦ ଗ୍ରାମକୁ ୩ ହଜାର ୬୫୦ ଟଙ୍କା ବଢିଛି। ଏହି ବୃଦ୍ଧି ପରେ ୨୨ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୪୧ ହଜାର ଟଙ୍କା ହୋଇଛି। ଗତ କାଲି ୧ ଲକ୍ଷ ୩୭ ହଜାର ୩୫୦ ଟଙ୍କା ଥିଲା। ୧୮ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୧୨ ହଜାର ୩୮୦ ଟଙ୍କା ଥିବା ବେଳେ ୨ ହଜାର ୯୯୦ ଟଙ୍କାର ବଢି ୧ ଲକ୍ଷ ୧୫ ହଜାର ୩୭୦ ଟଙ୍କା ହୋଇଛି।
ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପ୍ରତି ଦାମ୍ ୩୬୫୦ ଟଙ୍କା ବୃଦ୍ଧି ପାଇ ୧,୪୧,୦୦୦ ଟଙ୍କା ହୋଇଛି। ସେହିପରି ୨୪ କ୍ୟାରେଟ୍ ସୁନା ମୂଲ୍ୟ ୩୯୮୦ ଟଙ୍କା ବୃଦ୍ଧି ପାଇ ୧,୫୩,୮୨୦ ଟଙ୍କା ହୋଇଛି।
Powered by Froala Editor