ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା କରିଛନ୍ତି। ଆମେରିକାର କେନ୍ଦ୍ରୀୟ କମାଣ୍ଡ ଅନୁଯାୟୀ, ଯୁଦ୍ଧ ଆରମ୍ଭ ହେବା ପରଠାରୁ ଆମେରିକା ଇରାନରେ ୧୩,୦୦୦ ରୁ ଅଧିକ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇରାନ ହର୍ମୁଜ୍ ପ୍ରଣାଳୀକୁ ପୁଣି ଖୋଲିବାକୁ ରାଜି ହେବା ସର୍ତ୍ତରେ ସେ ଇରାନ ସହିତ ଦୁଇ ସପ୍ତାହର ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି।
ଇରାନର ବୈଦେଶିକ ମନ୍ତ୍ରୀ ସୟଦ ଆବାସ ଅରାଘଚି ମଧ୍ୟ ଏକ ବିବୃତ୍ତି ଜାରି କରିଛନ୍ତି। ସେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ଶରିଫ ଏବଂ ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ମୁନିରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ଉଭୟ ନେତା ଏହି ଅଞ୍ଚଳରେ ଶାନ୍ତି ଆଣିବା ପାଇଁ ନିରନ୍ତର ପ୍ରୟାସ କରିଛନ୍ତି ।
ଅରାଘଚି ଏହା ମଧ୍ୟ କହିଛନ୍ତି ଯେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାଇଚାରାର ବାର୍ତ୍ତା ଦେଇଛନ୍ତି। ଏହାର ଜବାବରେ ଏବଂ ଆମେରିକାର ଆଲୋଚନା ପ୍ରସ୍ତାବର ଜବାବରେ, ଏହି ନିଷ୍ପତ୍ତି ନିଆଯାଇଛି। ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ସେ ଆଲୋଚନା ପାଇଁ ଇରାନର ପ୍ରସ୍ତାବକୁ ଏକ ଆଧାର ଭାବରେ ଗ୍ରହଣ କରିବେ।
ସେପଟେ ଆମେରିକା-ଇରାନ ଯୁଦ୍ଧବିରତି ଚୁକ୍ତିନାମା ପରେ, ଇରାନର ଲୋକମାନେ ଇରାନୀ ପତାକା ଉଡ଼ାଇ ଯୁଦ୍ଧବିରତି ପାଳନ କରୁଥିବାର ଦେଖାଯାଇଛି। ଆମେରିକାର ପ୍ରେସ୍ ସଚିବ କାରୋଲିନ୍ ଲେଭିଟ୍ ଆକ୍ସିଓସ୍ କୁ କହିଛନ୍ତି, ମୁହାଁମୁହିଁ ଆଲୋଚନା ସମ୍ପର୍କରେ ଆଲୋଚନା ଚାଲିଛି, କିନ୍ତୁ ରାଷ୍ଟ୍ରପତି କିମ୍ବା ହ୍ୱାଇଟ୍ ହାଉସ୍ ଦ୍ୱାରା ନିଷ୍ପତ୍ତି ନ ନେବା ପର୍ଯ୍ୟନ୍ତ କିଛି ଚୂଡ଼ାନ୍ତ ନୁହେଁ।
Powered by Froala Editor