Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, April 07, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଖାଦ୍ୟ, ପେଟ୍ରୋଲ ପରେ ମହଙ୍ଗା ହେବ କପଡ଼ା

  • ୯ ଜଣ ପୋଲିସ କର୍ମଚାରୀଙ୍କୁ ମୃତ୍ୟୁଦଣ୍ଡ

  • ‘ଭାରତୀୟ ରାଷ୍ଟ୍ରବାଦୀ ପାର୍ଟି’ରେ ନବଜୋତ ...

  • ପାରିବାରିକ କଳହରୁ ଆତ୍ମହତ୍ୟା କଲେ ...

  • ଆମେରିକା ସେନା ଗୋଟିଏ ରାତିରେ ଇରାନକୁ ଶେଷ ...

  • ତ୍ୱଚାକୁ ପ୍ରାକୃତିକ ଚମକ ଦେବ ଏହି ଫଳ

  • ଏହି ଦୁଇ କଲେଜକୁ ବୋମା ଧମକ

  • ନେପାଳରେ ଶନିବାର ଓ ରବିବାର ବନ୍ଦ ରହିବ ...

  • ରାଜ୍ୟସଭାରେ ଓଡ଼ିଶାର ୩ ସାଂସଦ ନେଲେ ଶପଥ

  • ସୁରକ୍ଷା ପାଇଁ ସୀମାରେ ଛଡା ହେବେ ବିଷାକ୍ତ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଆମେରିକା ସେନା ଗୋଟିଏ ରାତିରେ ଇରାନକୁ ଶେଷ କରିଦେବ: ଟ୍ରମ୍ପ

ଆମେରିକା ସେନା ଗୋଟିଏ ରାତିରେ ଇରାନକୁ ଶେଷ କରିଦେବ: ଟ୍ରମ୍ପ

2026-04-07 06:14:00
13582
Share:
Facebook
Twitter
E-Mail
WhatsApp
Telegram
ଆମେରିକା ସେନା ଗୋଟିଏ ରାତିରେ ଇରାନକୁ ଶେଷ କରିଦେବ: ଟ୍ରମ୍ପ

ତେହରାନ : ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଶାନ୍ତି ପ୍ରତିଷ୍ଠା ପାଇଁ ମଧ୍ୟସ୍ଥତା ଚଳାଇଥିବା ଦେଶଗୁଡିକ ପକ୍ଷରୁ ଆମେରିକା ଓ ଇରାନକୁ ବଡ ପ୍ରସ୍ତାବ ଦିଆଯାଇଛି। ଇଜିପ୍ଟ, ପାକିସ୍ତାନ ଓ ତୁର୍କୀ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବରେ ୪୫ଦିନ ଅସ୍ତ୍ରବିରତି କାର୍ଯ୍ୟକାରୀ କରିବାକୁ ଉଭୟ ଦେଶକୁ କୁହାଯାଇଛି। ଏହା ସହିତ ହର୍ମୁଜ ପ୍ରଣାଳୀକୁ ଆନ୍ତର୍ଜାତିକ ବାଣିଜ୍ୟ ପାଇଁ ମୁକ୍ତ କରିବାକୁ କୁହାଯାଇଛି। ଆମେରିକା ପକ୍ଷରୁ ଏହାର ମଧ୍ୟପ୍ରାଚ୍ୟ ପାଇଁ ନିଯୁକ୍ତ ସ୍ବତନ୍ତ୍ର ରାଷ୍ଟ୍ରଦୂତ ଷ୍ଟିଭ୍ ୱିଟକଫ୍‌ଙ୍କୁ ଏହି ପ୍ରସ୍ତାବ ଦିଆଯାଇଛି। ସେହିପରି ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚିଙ୍କୁ ପ୍ରସ୍ତାବ ଦିଆଯାଇଛି। ମଧ୍ୟସ୍ଥଙ୍କ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ଇରାନ ପ୍ରତ୍ୟାଖ୍ୟାନ କରିଛି। ଇରାନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଅସ୍ଥାୟୀ ଅସ୍ତ୍ରବିରତି ପ୍ରସ୍ତାବରେ ସେମାନେ ହର୍ମୁଜ ପ୍ରଣାଳୀକୁ ଖୋଲିବେ ନାହିଁ। ଅଧିକାରୀ ଜଣଙ୍କ କହିଛନ୍ତି ଯେ ଆମେ ସ୍ଥାୟୀ ଅସ୍ତ୍ରବିରତି ଚାହଁୁ। ଅସ୍ତ୍ରବିରତି ନିମନ୍ତେ ଇରାନ ୧୦ଟି ଦାବି ଉପସ୍ଥାପନ କରିଛି। ଏଥିରେ ଇରାନ କହିଛି ଯେ କେବଳ ଇସ୍ରାଏଲ କିମ୍ବା ଆମେରିକା ସହ ନୁହେଁ, ବରଂ ସମ୍ପୂର୍ଣ୍ଣ ମଧ୍ୟପ୍ରାଚ୍ୟ ଅଞ୍ଚଳରେ ଚାଲିଥିବା ସମସ୍ତ ସଂଘର୍ଷର ସ୍ଥାୟୀ ଅନ୍ତ ପାଇଁ ବୁଝାମଣା ହେଉ।

ହର୍ମୁଜ ଦେଇ ଜାହାଜ ଚଳାଚଳ ପାଇଁ ଏକ ନୂଆ ଏବଂ ସୁରକ୍ଷିତ ନିୟମାବଳୀ ପ୍ରସ୍ତୁତ କରାଯାଉ। ସ୍ଥାୟୀ ଅସ୍ତ୍ରବିରତି ନ ହେବା ଯାଏ ହର୍ମୁଜ ପ୍ରଣାଳୀକୁ ଖୋଲିବାକୁ ଇରାନ ମନା କରିଛି। ସେହିପରି ଇରାନ ଉପରେ ଆମେରିକା ଲଗାଇଥିବା ସମସ୍ତ ଆର୍ଥିକ ପ୍ରତିବନ୍ଧକକୁ ସମ୍ପୂର୍ଣ୍ଣ ଭାବେ ହଟାଇବା ପାଇଁ ତେହରାନ ଦାବି କରିଛି। ଯୁଦ୍ଧ ଯୋଗୁଁ ଇରାନର ଯେଉଁ ସବୁ ଭିତ୍ତିଭୂମି ନଷ୍ଟ ହୋଇଛି, ତାହାର ପୁନଃନିର୍ମାଣ ପାଇଁ ବ୍ୟବସ୍ଥା ରଖିବାକୁ ଇରାନ ଦାବି କରିଛି। ଇରାନ ପାକିସ୍ତାନ ମାଧ୍ୟମରେ ଜଣାଇଛି ଯେ ସେମାନଙ୍କୁ ଏକ ସ୍ଥାୟୀ ସମାଧାନ ଦରକାର। ମଧ୍ୟସ୍ଥଙ୍କ ପକ୍ଷରୁ ଦିଆଯାଇଥିବା ୪୫ଦିନିଆ ଅସ୍ତ୍ରବିରତି ପ୍ରସ୍ତାବକୁ ଇରାନ ପ୍ରତ୍ୟାଖ୍ୟାନ କରିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷୁବ୍ଧ ହୋଇଛନ୍ତି। ସୋମବାର ଟ୍ରମ୍ପ କହିଛନ୍ତି ଯେ ମଙ୍ଗଳବାର ସନ୍ଧ୍ୟା ୮ଟା ସୁଦ୍ଧା ଇରାନ ଏହାର ଚୂଡାନ୍ତ ନିଷ୍ପତ୍ତି ନେବାକୁ ସମୟ ଦିଆଯାଇଛି। ଅସ୍ତ୍ରବିରତି ପ୍ରସ୍ତାବ ଉପରେ ଇରାନ ଯେଉଁ ନିଷ୍ପତ୍ତି ନେଇଛି ତା’ର ପୁନଃବିଚାର କରୁ। ଏହି ସମୟ ମଧ୍ୟରେ ଇରାନ ଯଦି ଉପଯୁକ୍ତ ନିଷ୍ପତ୍ତି ନ ନିଏ ତେବେ ଏହାକୁ ବହୁମୂଲ୍ୟ ଦେବାକୁ ପଡିବ। ମଧ୍ୟସ୍ଥଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଇରାନ ଗ୍ରହଣ କରିବା ପୂର୍ବକ ଶାନ୍ତି କଥାବାର୍ତ୍ତା ପାଇଁ ସମୟ ବାହାର କରିବା ଦରକାର। ଯାହା ଇରାନ ଓ ସମଗ୍ର ମଧ୍ୟପ୍ରାଚ୍ୟ ପାଇଁ ଶାନ୍ତିର ବାତାବରଣ ସୃଷ୍ଟି କରିବ। ସୋମବାର ରାତିରେ ଟ୍ରମ୍ପ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଆମେରିକା ସେନା ଗୋଟିଏ ରାତିରେ ଇରାନକୁ ଶେଷ କରିଦେବ। ସମ୍ଭବତଃ ମଙ୍ଗଳବାର ଇରାନ ପାଇଁ ଶେଷ ରାତି ହୋଇପାରେ। ଟ୍ରମ୍ପ କହିଛନ୍ତି ଆମେରିକା ହେଉଛି ବିଶ୍ବର ସବୁଠାରୁ ଶକ୍ତିଶାଳୀ ସେନା। ଇରାନରୁ ଆମେରିକା ନିଜର ନିଖୋଜ ବାୟୁସେନା ଅଧିକାରୀଙ୍କୁ ଉଦ୍ଧାର କରିବାରେ ଯେଉଁ ସଫଳତା ପାଇଛି ଟ୍ରମ୍ପ ତାକୁ ପ୍ରଶଂସା କରିଛନ୍ତି। ବାୟୁସେନା ଅଧିକାରୀଙ୍କୁ ଉଦ୍ଧାର ପାଇଁ ଯେଉଁ ମିଶନ କାର୍ଯ୍ୟକାରୀ ହୋଇଥିଲା ସେଥିରେ ୧୫୫ଟି ଯୁଦ୍ଧବିମାନ ବ୍ୟବହାର ହୋଇଥିଲା। ଏହା ପୂର୍ବରୁ ଟ୍ରମ୍ପ ବାରମ୍ବାର କହିଆସୁଛନ୍ତି ଯେ ମଙ୍ଗଳବାର ସୁଦ୍ଧା ଇରାନ ହର୍ମୁଜ ପ୍ରଣାଳୀକୁ ନ ଖୋଲିଲେ ଏହାର ବେସାମରିକ ଭିତ୍ତିଭୂମିଗୁଡିକ ଉପରେ ଜୋରଦାର ଆକ୍ରମଣ କରାଯିବ। 

Powered by Froala Editor

Tags Trump

Related articles Odisha News Lens 4.1

  • ତ୍ୱଚାକୁ ପ୍ରାକୃତିକ ଚମକ ଦେବ ଏହି ଫଳ
    ବିଶେଷ

    ତ୍ୱଚାକୁ ପ୍ରାକୃତିକ ଚମକ ଦେବ ଏହି ଫଳ

    15267
    Apr 06, 2026
  • ରାଜ୍ୟସଭାରେ ଓଡ଼ିଶାର ୩ ସାଂସଦ ନେଲେ ଶପଥ
    ଦେଶ-ଦେଶାନ୍ତର

    ରାଜ୍ୟସଭାରେ ଓଡ଼ିଶାର ୩ ସାଂସଦ ନେଲେ ଶପଥ

    14456
    Apr 06, 2026
  • ନେପାଳରେ ଶନିବାର ଓ ରବିବାର ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ
    ଦେଶ-ଦେଶାନ୍ତର

    ନେପାଳରେ ଶନିବାର ଓ ରବିବାର ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ

    14075
    Apr 06, 2026
  • ଏହି ଦୁଇ କଲେଜକୁ ବୋମା ଧମକ
    ଦେଶ-ଦେଶାନ୍ତର

    ଏହି ଦୁଇ କଲେଜକୁ ବୋମା ଧମକ

    15337
    Apr 06, 2026
  • ୯ ଜଣ ପୋଲିସ କର୍ମଚାରୀଙ୍କୁ ମୃତ୍ୟୁଦଣ୍ଡ
    ଦେଶ-ଦେଶାନ୍ତର

    ୯ ଜଣ ପୋଲିସ କର୍ମଚାରୀଙ୍କୁ ମୃତ୍ୟୁଦଣ୍ଡ

    13721
    Apr 07, 2026
  • ସୁରକ୍ଷା ପାଇଁ ସୀମାରେ ଛଡା ହେବେ ବିଷାକ୍ତ ସାପ, ବିଛା ଓ କୁମ୍ଭୀର
    ଦେଶ-ଦେଶାନ୍ତର

    ସୁରକ୍ଷା ପାଇଁ ସୀମାରେ ଛଡା ହେବେ ବିଷାକ୍ତ ସାପ, ବିଛା ଓ କୁମ୍ଭୀର

    13483
    Apr 06, 2026
  • ‘ଭାରତୀୟ ରାଷ୍ଟ୍ରବାଦୀ ପାର୍ଟି’ରେ ନବଜୋତ କୌର ସିଦ୍ଧୁ
    ଦେଶ-ଦେଶାନ୍ତର

    ‘ଭାରତୀୟ ରାଷ୍ଟ୍ରବାଦୀ ପାର୍ଟି’ରେ ନବଜୋତ କୌର ସିଦ୍ଧୁ

    14072
    Apr 07, 2026
  • ଆମେରିକା ସେନା ଗୋଟିଏ ରାତିରେ ଇରାନକୁ ଶେଷ କରିଦେବ: ଟ୍ରମ୍ପ
    ଦେଶ-ଦେଶାନ୍ତର

    ଆମେରିକା ସେନା ଗୋଟିଏ ରାତିରେ ଇରାନକୁ ଶେଷ କରିଦେବ: ଟ୍ରମ୍ପ

    13582
    Apr 07, 2026
  • ଖାଦ୍ୟ, ପେଟ୍ରୋଲ ପରେ ମହଙ୍ଗା ହେବ କପଡ଼ା
    ଦେଶ-ଦେଶାନ୍ତର

    ଖାଦ୍ୟ, ପେଟ୍ରୋଲ ପରେ ମହଙ୍ଗା ହେବ କପଡ଼ା

    14388
    Apr 07, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ‘ଭାରତୀୟ ରାଷ୍ଟ୍ରବାଦୀ ପାର୍ଟି’ରେ ନବଜୋତ କୌର ସିଦ୍ଧୁ

    14072
    Apr 07, 2026
  • ମନୋରଞ୍ଜନ

    ପାରିବାରିକ କଳହରୁ ଆତ୍ମହତ୍ୟା କଲେ ଅଭିନେତ୍ରୀ

    14314
    Apr 07, 2026
  • ଦେଶ-ଦେଶାନ୍ତର

    ଏହି ଦୁଇ କଲେଜକୁ ବୋମା ଧମକ

    15337
    Apr 06, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17403
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17462
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17813
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16290
    Apr 03, 2021

ବିଶେଷ

  • ତ୍ୱଚାକୁ ପ୍ରାକୃତିକ ଚମକ ଦେବ ଏହି ଫଳ

    15267
    Apr 06, 2026
  • ଆମ୍ବର ଦାମ୍ ୩ ଲକ୍ଷ ଟଙ୍କା

    14109
    Apr 04, 2026
  • ଏହି ସ୍ଥାନରେ ଲଗାଇଲେ ଆଲୋଭେରା ଗଛ, ଘରକୁ ମାଡ଼ିଆସିବ ବିପଦ

    15453
    Apr 02, 2026
  • ଘରେ ଅଶାନ୍ତି ବଢ଼ାଏ ଏହି ଗଛ

    14661
    Apr 01, 2026
  • ପ୍ରତିଦିନ ଦୁଇଟି ରସୁଣ ପାଖୁଡା ଖାଆନ୍ତୁ, ଚମତ୍କାର ଦେଖନ୍ତୁ

    16060
    Mar 31, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15316
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15045
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15550
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13846
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆମେରିକା ସେନା ଗୋଟିଏ ରାତିରେ ଇରାନକୁ ଶେଷ କରିଦେବ: ଟ୍ରମ୍ପ

    13582
    Apr 07, 2026
  • ସୁରକ୍ଷା ପାଇଁ ସୀମାରେ ଛଡା ହେବେ ବିଷାକ୍ତ ସାପ, ବିଛା ଓ କୁମ୍ଭୀର

    13483
    Apr 06, 2026
  • ରାଜ୍ୟସଭାରେ ଓଡ଼ିଶାର ୩ ସାଂସଦ ନେଲେ ଶପଥ

    14456
    Apr 06, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In