ଆମେରିକୀୟ ଯୁଦ୍ଧ ବିମାନକୁ ଖସାଇଲା ଇରାନ ସେନା
ତେହେରାନ:ଆଉ ଏକ ଆମେରିକୀୟ ଯୁଦ୍ଧ ବିମାନକୁ ଖସାଇଥିବା ନେଇ ଇରାନ ସେନା ଦାବି କରିଛି। ହର୍ମୁଜ ପ୍ରଣାଳୀ ନିକଟରେ ଆମେରିକୀୟ ବିମାନ ଏ-୧୦ ଥଣ୍ଡରବୋଲ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଏ-୧୦ ବିମାନଟି ଏଫ-୧୫ଇ ର କ୍ରୁ ସଦସ୍ୟମାନଙ୍କୁ ଉଦ୍ଧାର କରିବା ପାଇଁ ଏକ ସର୍ଚ୍ଚ-ଏଣ୍ଡ-ରେସକ୍ୟୁ ମିଶନରେ ଯାଇଥିବା ସମୟରେ ଇରାନର ଆକ୍ରମଣର ଶିକାର ହୋଇଥିଲା । ଏ-୧୦ ର ପାଇଲଟ୍ ବିମାନରୁ ବାହାରି ଯାଇଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର କାର୍ଯ୍ୟରେ ସହାୟତା କରୁଥିବା ବେଳେ ଇରାନର ଗୁଳିମାଡ଼ରେ କ୍ଷତିଗ୍ରସ୍ତ ହୋଇଥିଲା।
ପାଇଲଟ୍ କୁଏତ ବାୟୁସୀମାରେ ପହଞ୍ଚିବା ପରେ ବିମାନରୁ ଡେଇଁ ପଡ଼ିଥିଲେ; ପାଇଲଟ୍ ସୁରକ୍ଷିତ ଅଛନ୍ତି, କିନ୍ତୁ ବିମାନଟି ସମୁଦ୍ରରେ ଖସିପଡ଼ିଛି ।
Powered by Froala Editor