ପ୍ରେମ ନିବେଦନ କରି ମାଡ଼ ଖାଇଲେ ପ୍ରଫେସର
ବେଙ୍ଗାଲୁରୁ ଉପକଣ୍ଠ ନେଲମଙ୍ଗଳା ସ୍ଥିତ ସିଦ୍ଧାର୍ଥ ମେଡିକାଲ କଲେଜରେ ଘଟିଥିବା ଏକ ଘଟଣାର ଭିଡିଓ ଏବେ ସାସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଜଣେ ପ୍ରଫେସର ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ମାଡ ଖାଇଛନ୍ତି । ଯାହାକି ଚର୍ଚ୍ଚାର ବିଷୟ ପାଲଟିଛି ।
ଅଭିଯୁକ୍ତ ପ୍ରଫେସରଙ୍କ ନାମ ଅବଦୁଲ ରହମାନ ଶରିଫ, ଯିଏ କି କଲେଜର ମାଇକ୍ରାବାୟାଲାଜି ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟରତ ଥିଲେ । ସେ କ୍ଲାସରୁମ୍ ଭିତରେ ଜଣେ ଛାତ୍ରୀଙ୍କୁ ଚକୋଲେଟ୍ ଓ ଗୋଲାପ ଫୁଲ ଦେଇ ପ୍ରପୋଜ୍ କରିବାକୁ ଚେଷ୍ଟା କରିଥିଲେ । ତେବେ ଛାତ୍ରୀଜଣକ ଏହାର ତୀବ୍ର ବିରୋଧ କରିବା ସହ ଅନ୍ୟ ସହପାଠୀଙ୍କୁ ଜଣାଇଥିଲେ । ଉତ୍ତ୍ୟକ୍ତ ପ୍ରଫେସର ଜଣକ ଘଟଣାରୁ ନିଜକୁ ବଞ୍ଚାଇବା ପାଇଁ କହିଥିଲେ ଯେ, ଛାତ୍ରୀଜଣକ ନିଜେ ତାଙ୍କୁ ପ୍ରଥମେ ପ୍ରେମ ନିବେଦନ କରିଥିଲେ ଏବଂ ତାଙ୍କ ପାଖରେ ସିସିଟିଭିରେ ଏହାର ପ୍ରମାଣ ଅଛି । ଏହି କଥା ପ୍ରଘଟ ହେବା ପରେ କ୍ୟାମ୍ପସରେ ଉତ୍ତେଜନା ଖେଳିଯାଇଥିଲା ।
ଛାତ୍ରୀଜଣକ ପ୍ରଫେସରଙ୍କ ଏଭଳି କଥାରେ ରାଗିଯାଇ ନିଜ ଚପଲ ଖୋଲି ପ୍ରଫେସରଙ୍କୁ ପିଟିବା ଆରମ୍ଭ କରିଥିଲେ । ଏହା ପରେ ଶତାଧିକ ଛାତ୍ର ଏକତ୍ରିତ ହୋଇ ପ୍ରଫେସରଙ୍କୁ ଘେରି ଯାଇଥିଲେ । କ୍ୟାମ୍ପସରୁ ପାର୍କିଂ ପର୍ଯ୍ୟନ୍ତ ପ୍ରଫେସରଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମରାଯାଇଥିଲା । ଏପରିକି ତାଙ୍କ କାର୍ ପାଖରେ ମଧ୍ୟ ତାଙ୍କୁ ନିସ୍ତୁକ ପିଟାଯାଇଛି । ସେ ରକ୍ତାକ୍ତ ହେବା ପରେ କୌଣସି ମତେ ଜୀବନ ବଞ୍ଜାଇ ପଳାଇଥିଲେ ।
ଏହି ଘଟଣା ସାମ୍ନାକୁ ଆସିବା ପରେ କଲେଜ ପ୍ରିନ୍ସିପାଲ୍ ଦିବାକର ଏସ.ପି. ଅଭିଯୁକ୍ତ ପ୍ରଫେସରଙ୍କୁ ତୁରନ୍ତ ନିଲମ୍ବିତ କରିଛନ୍ତି । ପ୍ରିନ୍ସିପାଲ୍ଙ୍କ କହିବା ଅନୁଯାୟୀ, ପ୍ରଫେସର ଅବଦୁଲଙ୍କ ନାମରେ ପୂର୍ବରୁ ମଧ୍ୟ ଅନେକ ଛାତ୍ରୀ ଯୌନ ନିର୍ଯାତନାର ଅଭିଯୋଗ ଆଣିଥିଲେ । ତେଣୁ ତାଙ୍କୁ ନିଲମ୍ବିତ କରାଯାଇଛି । ଏପରିକି କଲେଜ ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ସୂଚନା ଦେଇଛନ୍ତି ।
Powered by Froala Editor