ଜଣେ ବି ଚାଷୀର ଧାନ ରହିବ ନାହିଁ, ସବୁ ଧାନକୁ ସରକାର କିଣିବେ: ମନ୍ତ୍ରୀ
ଭୁବନେଶ୍ଵର: ରାଜ୍ୟସରକାର ଚାଷୀମାନଙ୍କର ସବୁ ଧାନ ଉଠାଇବେ। ଏନେଇ ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ। ଚଳିତ ଖରିଫ ଋତୁରେ ରେକର୍ଡ ସଂଖ୍ୟକ ଧାନ ସଂଗ୍ରହ ହୋଇଛି। ୧୮ ଲକ୍ଷ ୬୪ ହଜାର ଚାଷୀ ଧାନ ବିକ୍ରି କରି ସାରିଛନ୍ତି। ଏଯାବତ୍ ୭୭ ଲକ୍ଷ ମେଟ୍ରିକ ଟନ ଧାନ କିଣା ସରିଛି। ଚାଷୀଙ୍କ ଧାନ କିଣିବାକୁ ୭ଦିନ ଅବଧି ବୃଦ୍ଧି କରିଛନ୍ତି ସରକାର। ଜଣେ ବି ଚାଷୀର ଧାନ ରହିବ ନାହିଁ, ସବୁ ଧାନକୁ ସରକାର କିଣିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଆସନ୍ତାବର୍ଷ ସମସ୍ୟାର ନହେବା ପାଇଁ ସରକାର ବ୍ୟବସ୍ଥା କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।
Powered by Froala Editor