ପୂର୍ବତଟ ରେଳପଥ ପକ୍ଷରୁ ୬ଟି ସ୍ୱତନ୍ତ୍ର ଟ୍ରେନ୍ ସେବା ସମ୍ପ୍ରସାରଣ
ଭୁବନେଶ୍ୱର: ପୂର୍ବତଟ ରେଳପଥ ପକ୍ଷରୁ ୬ଟି ସ୍ୱତନ୍ତ୍ର ଟ୍ରେନ୍ ସେବା ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ହୋଇଛି। ଭୁବନେଶ୍ୱର– ଯଶବନ୍ତପୁର ସ୍ପେଶାଲ ୨୦୨୬ ଜୁନ ୨୭ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଯଶବନ୍ତପୁର–ଭୁବନେଶ୍ୱର ସ୍ବତନ୍ତ୍ର ଟ୍ରେନ୍ ଜୁନ୍ ୨୯ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସମ୍ବଲପୁର–ଇରୋଡ୍ ସ୍ବତନ୍ତ୍ର ଟ୍ରେନ ମେ’ ୨୭ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ଇରୋଡ–ସମ୍ବଲପୁର ଟ୍ରେନ୍ ମେ’ ୨୯ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବିଶାଖାପାଟଣା– ଶାଲିମାର ସ୍ବତନ୍ତ୍ର ଟ୍ରେନ୍ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଶାଲିମାର–ବିଶାଖାପାଟଣା ସ୍ବତନ୍ତ୍ର ଟ୍ରେନ୍ ଜୁନ ୩୦ ପର୍ଯ୍ୟନ୍ତ ବୃଦ୍ଧି ହୋଇଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।
Powered by Froala Editor