ଧାନ କିଣା ଅବଧିକୁ ଆଉ ୭ ଦିନ ବୃଦ୍ଧି, ଉପକୃତ ହେବେ ଚାଷୀ
ଭୁବନେଶ୍ଵର: ଖରିଫ ଧାନକିଣାରେ ରାଜ୍ୟ ସରକାର ୭ ଦିନ ବୃଦ୍ଧି କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣପାତ୍ର । ମାର୍ଚ୍ଚ ୩୧ରେ ଖରିଫ ଧାନକିଣା ଅବଧି ଶେଷ ହୋଇଥିଲା । ହେଲେ ଏବେବି ଅନେକ ଚାଷୀଙ୍କ ଧାନ କିଣା ହୋଇନଥିବାରୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶା ସରକାରଙ୍କ ପକ୍ଷରୁ ଚାଷୀ ମାନଙ୍କ ହିତକୁ ଦୃଷ୍ଟିରେ ରଖି ଧାନ କିଣା ଅବଧିକୁ ଆଉ ୭ ଦିନ ପାଇଁ ବୃଦ୍ଧି କରାଯାଇଛି । ଚାଷୀଙ୍କ ସ୍ୱାର୍ଥ ରକ୍ଷା କରିବା ପାଇଁ ଏବଂ ସେମାନେ ଯେପରି ଅଭାବୀ ବିକ୍ରିର ଶିକାର ନହୁଅନ୍ତି, ସେଥିପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏହି ସମୟସୀମାକୁ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାର୍ଚ୍ଚ ୩୧ ପରେ ଏବେ ଏହି ପ୍ରକ୍ରିୟା ଆଉ ୭ ଦିନ ପର୍ଯ୍ୟନ୍ତ ଜାରି ରହିବ । ଯେଉଁ ଚାଷୀଙ୍କ ପାଖରେ ବୈଧ ଟୋକନ୍ ଅଛି କିନ୍ତୁ ଧାନ ବିକ୍ରି କରିପାରିନାହାନ୍ତି, ସେମାନଙ୍କୁ ପ୍ରାଥମିକତା ଦିଆଯିବ ।
Powered by Froala Editor