ଆଜିଠୁ ୩ ପର୍ଯ୍ୟନ୍ତ ଛୁଟି ରହିବ ହାଇକୋର୍ଟ
କଟକ : ଓଡ଼ିଶା ହାଇକୋର୍ଟ ଆଜିଠୁ ୩ ତାରିଖ ପର୍ଯ୍ୟନ୍ତ ଛୁଟି ରହିବ। ବନ୍ଦ ରହିବ ସବୁ କୋର୍ଟ କାମ। ଛୁଟି ପାଇଁ ଦିଆଯାଇଛି ସୂଚନା। ଓଡ଼ିଶା ହାଇକୋର୍ଟଙ୍କ ରେଜିଷ୍ଟ୍ରାର (ନ୍ୟାୟିକ)ଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।
ହାଇକୋର୍ଟଙ୍କ କ୍ୟାଲେଣ୍ଡର ଅନୁଯାୟୀ ଏପ୍ରିଲ ୧ (ବୁଧବାର) ଉତ୍କଳ ଦିବସ ଓ ଏପ୍ରିଲ ୩ ଗୁଡ୍ ଫ୍ରାଇଡେ (ଶୁକ୍ରବାର) ପାଇଁ ପୂର୍ବରୁ ଛୁଟି ଘୋଷଣା ହୋଇଛି। ତେବେ ଏପ୍ରିଲ ୨ ତାରିଖ (ଗୁରୁବାର) ଓଡ଼ିଶା ହାଇକୋର୍ଟ ଛୁଟି ଘୋଷଣା କରିଛନ୍ତି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇ ଏହି ଦିନକୁ ଛୁଟି ଭାବେ ଘୋଷଣା କରାଯାଇଛି। ଏପ୍ରିଲ ୨ ତାରିଖ ବଦଳରେ ଅଗଷ୍ଟ ୨୯ ତାରିଖ (ଶନିବାର) ଦିନ ହାଇକୋର୍ଟ ଖୋଲା ରହିବ ଏବଂ ଏହା ଏକ କାର୍ଯ୍ୟ ଦିବସ ଭାବେ ଗଣା ହେବ।
Powered by Froala Editor