ନିଶିକାନ୍ତ ଦୁବେଙ୍କ ବୟାନକୁ ନେଇ ବିଭିନ୍ନ ଦଳର ବିରୋଧ, ସୃଷ୍ଟି ହେଲାଣି ଝଡ
ଭୁବନେଶ୍ଵର: ବିଜୁ ପଟ୍ଟନାୟକ ବିରୁଦ୍ଧରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଦେଇଥିବା ବୟାନକୁ ନେଇ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି କରିଛି। ଏନେଇ ରାଜ୍ୟରେ ବିଭିନ୍ନ ଦଳ ଏହାକୁ ବିରୋଧ କରି ନିଜର ଅସନ୍ତୋଷ ଜାହିର କରିଛନ୍ତି ।ନିଶିକାନ୍ତ ଦୁବେଙ୍କୁ ଦେଶଦ୍ରୋହ ଆଇନରେ ଗିରଫ କରିବା ନେଇ ଦାବୀ କରିଛନ୍ତି କଂଗ୍ରେସ ଦଳର ନେତା ରାମଚନ୍ଦ୍ର କାଡାମ। ସେ କହିଛନ୍ତି, ଓଡିଶାର ସ୍ଵାଭିମାନ ହେଉଛନ୍ତି ବିଜୁ ପଟ୍ଟନାୟକ। ଓଡିଶାର ପାରାଦ୍ଵୀପ ବନ୍ଦର ଓ ହାଲ୍ ହେଉଛି ବିଜୁବାବୁଙ୍କ ଅବଦାନ ରହିଛି।
ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି, ମନ୍ତବ୍ୟ ପାଇଁ ନିଶିକାନ୍ତ ଦୁବେ କ୍ଷମା ମାଗନ୍ତୁ ।ଜଣେ ସାଂସଦଙ୍କ ଠାରୁ ଏଭଳି ମନ୍ତବ୍ୟ ଆଶା କରାଯାଏନା। ବିଜୁବାବୁ ଭାରତର ପ୍ରତିନିଧିତ୍ଵ ଭାବେ ଆମେରିକା ଯାଇଥିଲେ। ୧୯୬୨ରେ ଭାରତ ଓ ଚୀନ ଯୁଦ୍ଧ ସମୟରେ ବିଜୁବାବୁଙ୍କ ଭୂମିକା ବେଶ ରହିଥିଲା। ତାଙ୍କର ଦେହାନ୍ତ ବେଳେ ସବୁ ଜାତୀୟସ୍ତରର ନେତା ସ୍ଵର୍ଗଦ୍ଵାର ଆସିଥିଲେ। କିଛି ନଜାଣି ତାଙ୍କ ବିଷୟରେ ଏଭଳି କହିଥିବାରୁ ସେ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ବିଜୟ ମହାପାତ୍ର କହିଛନ୍ତି।
ଜାତି, ଧର୍ମ ନିର୍ବିଶେଷରେ ବିଜୁବାବୁ ଆମର ସ୍ଵାଭିମାନ କହିଲେ କଂଗ୍ରେସ ନେତା ତାରାବାହିନୀ ପତି। ସେ ଜଣେ ଶିଳ୍ପ ଦଲାଲ ବିଜୁବାବୁଙ୍କ ବିରୋଧରେ କହିବ। ଏହାକୁ ବରଦାସ୍ତ କରିବୁନି। ନୂତନ ଓଡିଶାର ନିର୍ମାତା ହେଉଛନ୍ତି ବିଜୁ ପଟ୍ଟନାୟକ।
ଦୁବେଙ୍କ ମନ୍ତବ୍ୟକୁ ନେଇ ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି, ବିଜୁବାବୁଙ୍କ ଉପରେ ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ନକରାତ୍ମକ। ସରକାରଙ୍କ ସଜ୍ଞାନରୁ ଆସିଛି କହିଲେ ଆଇନମନ୍ତ୍ରୀ। ଏଭଳି ମନ୍ତବ୍ୟ ଅପରିଣାମଦର୍ଶୀ, କୌଣସି ମତେ ଗ୍ରହଣୀୟ ନୁହଁ। ନିଶିକାନ୍ତଙ୍କ ମନ୍ତବ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ସମସ୍ତଙ୍କୁ ବ୍ୟଥିତ କରିଛି।
Powered by Froala Editor