ଯୋଗାଯାଗ ଏବଂ ସୂଚନା ପ୍ରଯୁକ୍ତି ସଂସଦୀୟ କମିଟିରୁ ସସ୍ମିତ ପାତ୍ରଙ୍କ ଇସ୍ତଫା
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ବିବାଦୀୟ ମନ୍ତବ୍ୟ ପରେ ଏହାର ପ୍ରତିବାଦ କରି ବିଜେଡି ସାଂସଦ ସସ୍ମିତ ପାତ୍ର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅଧ୍ୟକ୍ଷତାରେ ଥିବା ଯୋଗାଯାଗ ଏବଂ ସୂଚନା ପ୍ରଯୁକ୍ତି ସଂସଦୀୟ କମିଟି'ରୁ ସସ୍ମିତ ପାତ୍ର ଇସ୍ତଫା ଦେଇଛନ୍ତି । ବିଜୁ ବାବୁଙ୍କୁ ଅପମାନ କରୁଥିବା ବ୍ୟକ୍ତିଙ୍କ ଅଧୀନରେ କାମ କରିବା ଅସମ୍ଭବ ବୋଲି ସେ ସ୍ପଷ୍ଟ କରିଛନ୍ତି ।
ସେ କହିଛନ୍ତି, ବିଜୁ ବାବୁ ଜଣେ ଆନ୍ତର୍ଜାତୀୟ ପ୍ରତିଷ୍ଠିତ ବ୍ୟକ୍ତି, ଜଣେ କିମ୍ବଦନ୍ତୀ ଏବଂ ଜଣେ ରାଜନେତା ଥିଲେ । ସେ ଭାରତ ପାଇଁ ବିଶ୍ୱ କୂଟନୀତି ସୁନିଶ୍ଚିତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବା ପାଇଁ ବ୍ୟାପକ ଭାବରେ ଜଣାଶୁଣା ଥିଲେ । ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଇଣ୍ଡାନେସିଆରୁ ଭାରତକୁ ଉଦ୍ଧାର କରିବାରେ ତାଙ୍କର ଏକ ବଡ ଭୂମିକା ରହିଥିଲା । ଏଥି ପାଇଁ ସେ ବ୍ୟାପକ ଭାବରେ ସମ୍ମାନିତ ହାଇଛନ୍ତି । ସେ ଜଣେ କିନ୍ତୁ ତାଙ୍କ ବିଷୟରେ କିଛି ଅପମାନଜନକ ବୟାନ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।
୧୯୬୨ ଚାଇନା ଯୁଦ୍ଧ ସମୟରେ ବିଜୁ ବାବୁ ନେହେରୁ ଏବଂ ଆମେରିକୀୟ ଗୁପ୍ତଚର ସଂସ୍ଥା ମଧ୍ୟରେ \'ସେତୁ\' ସାଜିଥିଲେ ବୋଲି ଦୁବେ ଅଭିଯୋଗ କରିଛନ୍ତି । ଚାରବାଟିଆ ଏୟାରବେସେ ଆମେରିକା ବିମାନକୁ ସେ ଆଶ୍ରୟ ଦେଇଥିଲେ ବୋଲି ମଧ୍ୟ ସେ କହିଛନ୍ତି । ସସ୍ମିତ ପାତ୍ର ଏବଂ ମାନସ ମଙ୍ଗରାଜ ଏହି ବୟାନକୁ ମିଥ୍ୟା ଓ ଆଧାରହୀନ କହିବା ସହ ଏହାକୁ ଏକ \'ରାଜନୈତିକ ଚାଲ୍\' ବୋଲି ଅଭିହିତ କରିଛନ୍ତି ।
Powered by Froala Editor