ସୁଜାତାଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମାଦି ନିଜର ପ୍ରତିଷ୍ଠିତ \"ମନ କି ବାତ୍\' କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲାର ସୁଜାତା ଭୂୟାଁଙ୍କ ପ୍ରଶଂସା କରିଛନ୍ତି । ଜଣେ ସାଧାରଣ ଗୃହିଣୀରୁ ସଫଳ ମାଛ ଚାଷୀ ସାଜିଥିବା ସୁଜାତା ଭୂୟାଁଙ୍କ ସଫଳତା ଆଜି ସାରା ଦେଶ ପାଇଁ ଏକ ଉଦାହରଣ ସାଜିଛି । ସୁଜାତାଙ୍କ ଉଦ୍ୟମ ଓ ସଫଳତା ସମ୍ପର୍କରେ ଆଲୋଚନା କରିବା ପରେ ତାଙ୍କ ପାଖକୁ ଏବେ ଶୁଭେଚ୍ଛାର ସୁଅ ଛୁଟିଛି ।
ପ୍ରଧାନମନ୍ତ୍ରୀଙ୍କ ମୁହଁରୁ ପ୍ରଶଂସା ଶୁଣିବା ପରେ ସୁଜାତା କହିଛନ୍ତି ଯେ, କେଜ କଲଚର ମାଧ୍ୟମରେ ସେ ଏହି ଚାଷ ଆରମ୍ଭ କରିଥିଲେ । ସରକାରଙ୍କ ତରଫରୁ ପ୍ରାୟ ୩୨ ଲକ୍ଷ ୪୦ ହଜାର ଟଙ୍କାର ସବସିଡି ସହାୟତା ତାଙ୍କୁ ଏହି ବ୍ୟବସାୟକୁ ଆଗକୁ ନେବାରେ ବହୁତ ସାହାଯ୍ୟ କରିଛି । ବର୍ତ୍ତମାନ ସେ ବାର୍ଷିକ ୨୫ ରୁ ୩୦ ଟନ୍ ମାଛ ଉତ୍ପାଦନ କରୁଥିବା ବେଳେ ଏଥିରୁ ବର୍ଷକୁ ୬ରୁ ୭ ଲକ୍ଷ ଟଙ୍କା ଲାଭ ପାଉଛନ୍ତି । ମୁଖ୍ୟତଃ \"ତିଲାପିଆ\' କିସମର ମାଛ ଚାଷ କରୁଥିବା ବେଳେ ତାଙ୍କ ଉତ୍ପାଦିତ ମାଛ ରାୟପୁର, କୋଲକାତା ଓ ବାଙ୍ଗାଲୋର ଭଳି ବଡ଼ ସହରକୁ ରପ୍ତାନୀ ହେଉଛି । ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଥିବାରୁ ସେ ବହୁତ ଖୁସି ଅଛନ୍ତି । ୨୦୨୨ ମସିହାରୁ ମାଛ ଚାଷ ଆରମ୍ଭ କରିଥିବା ସୁଜାତା କେବଳ ନିଜେ ସ୍ୱାବଲମ୍ବୀ ହୋଇନାହାନ୍ତି ବରଂ ଅନ୍ୟମାନଙ୍କ ପାଇଁ ମଧ୍ୟ ରୋଜଗାରର ପନ୍ଥା ସୃଷ୍ଟି କରିଛନ୍ତି ।
Powered by Froala Editor