ବିଧାୟକ ବନ୍ଧୁକରୁ ବ୍ଲାଙ୍କ ଫାୟାର ଘଟଣା: ବିଜେଡିର ଗିରଫ ଦାବି
ଟିଟିଲାଗଡ଼: ଗତ ରାମନବମୀରେ ଟିଟିଲାଗଡ଼ ସହରରେ ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ଆୟୋଜିତ ଏକ ଭବ୍ୟ ଆଧ୍ୟାତ୍ମିକ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକ ବନ୍ଧୁକରୁ ବ୍ଲାଙ୍କ ଫାୟାର ଘଟଣା ନେଇ ଟିଟିଲାଗଡ଼ ବିଜେଡ଼ି ଥାନାରେ ଲିଖିତ ଅଭିଯୋଗ କରିଛି। ଶାନ୍ତିପୂର୍ଣ୍ଣ ସହରରେ ବିଧାୟକ ହଜାର ହଜାର ଲୋକଙ୍କ ଶୋଭାଯାତ୍ରରେ ଗୁଳି ଫୁଟାଇ ଭୟର ବାତାବରଣ ତଥା ଅଶାନ୍ତି ସୃଷ୍ଟି ପାଇଁ ଉଦ୍ୟମ କରିଥିଲେ ବୋଲି ଦଳ ଅଭିଯୋଗ କରିଛି। ଏହି ମର୍ମରେ ବିଜେଡ଼ି ପକ୍ଷରୁ ନଗର ସଭାପତି ଆଇନଜୀବୀ ଶ୍ୟାମା ପ୍ରସାଦ ଗରିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
Powered by Froala Editor