ନିର୍ଦ୍ଧାରିତ ସମୟରେ ମିଳୁନାହିଁ ଗ୍ୟାସ, ଚୁଲି ପଲଟିଛି ସାହାରା
ଭଞ୍ଜନଗର: ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ରୋଷେଇ ଘର ଉପରେ ମଧ୍ୟ ପଡିଛି। ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ରନ୍ଧନ ଗ୍ୟାସ ଘୋର ଅଭାବ ଦେଖାଦେଇଛି। ତେଣୁ ଉପଭୋକ୍ତାମାନେ ପୁଣି ଜାଳେଣି ପାଇଁ କାଠ ବ୍ୟବହାର କଲେଣି। ଗ୍ୟାସରେ ରୋଷେଇ କରିବା ଉପଭୋକ୍ତାମାନେ ଅଭ୍ୟସ୍ତ ହୋଇଥିବା ବେଳେ ହଠାତ ରନ୍ଧନ ଗ୍ୟାସ ନିର୍ଦ୍ଧାରିତ ସମୟରେ ମିଳୁନାହିଁ। ଯାହାକୁ ନେଇ ଉପଭୋକ୍ତା ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସହରରେ ୨୫ ଦିନରେ ଗ୍ୟାସ ବୁକିଂ କରିବା ବ୍ୟବସ୍ଥା ଥିବା ବେଳେ ବୁକିଁଙ୍ଗର ୧୦ ଦିନ ପରେ ଗ୍ୟାସ ମିଳୁଛି। ବଡ଼ ପରିବାର ଗୁଡିକୁ ବିଳମ୍ବରେ ଗ୍ୟାସ ମିଳିବାଦ୍ୱାରା ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପଟେ କର୍ମର୍ଶିଆଲ ଗ୍ୟାସ ମିଳୁନାହିଁ। ତେଣୁ ସହରର ଅନେକ ହୋଟେଲ ଓଳିଏ ଖୋଲିଲେ ଓଳିଏ ବନ୍ଦ ରହୁଛି। ଯଦି ଯୁଦ୍ଧ ବନ୍ଦ ନ ହୁଏ ତେବେ ଆଗାମି ଦିନରେ ଏହି ସମସ୍ୟା ଆହୁରି ବଢ଼ିଯିବ।
Powered by Froala Editor