ଦଣ୍ଡନାଚ ବେଳେ ଦ୍ୱିଅର୍ଥବୋଧକ ଗୀତ ମନା
ଦଣ୍ଡନାଚ ପାଇଁ କଡ଼ା ନିୟମ ଜାରି ହୋଇଛି । ଦଣ୍ଡରେ ଦ୍ୱିଅର୍ଥବୋଧକ ଗୀତ ପରିବେଷଣ ହେଉଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ପ୍ରଶାସନ । ଦିଗପହଣ୍ଡି ଅଞ୍ଚଳରେ ଦଣ୍ଡନାଚ ପରିବେଷଣ ପାଇଁ ସ୍ଥାନୀୟ ଏନ.ଏ.ସି. ପକ୍ଷରୁ ନିୟମାବଳୀ ଜାରି କରାଯାଇଛି ।
ଏଣିକି ଦଣ୍ଡନାଚରେ କୌଣସି ପ୍ରକାର ଅଶ୍ଳୀଳ, ଅପସଂସ୍କୃତି ସମ୍ପନ୍ନ ନୃତ୍ୟ ଗୀତ ପ୍ରଦର୍ଶନ କରାଯାଇପାରିବ ନାହିଁ ବୋଲି କୁହାଯାଇଛି । କୌଣସି ଅଶାଳୀନ ଏବଂ ଦ୍ୱିଅର୍ଥ ବାଧକ ଶବ୍ଦର ପ୍ରୟୋଗ କରାଯିବ ନାହିଁ । ରାତିରେ ଅନୁଷ୍ଠିତ ନାଚ ମଞ୍ଚରେ କେବେଳ ପାରମ୍ପରିକ କଳା, ନୃତ୍ୟ, ଗୀତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇପାରିବ ।
ଦଣ୍ଡନାଚର ମୁଖ୍ୟ ପରିଚାଳକ ଦଣ୍ଡନାଚ ପୂର୍ବରୁ ଆବଶ୍ୟକୀୟ ସର୍ତ୍ତ ପୂରଣ କରି ସ୍ଥାନୀୟ ଥାନା ଅଧିକାରୀଙ୍କ ଠାରୁ ଅନୁମତି ନେବା ବାଧ୍ୟତାମୂଳକ । ଦଣ୍ଡନାଚ ପରିବେଷଣ ସମୟରେ କୌଣସି ନିୟମ ଉଲ୍ଲଂଘନ କଲେ ସଂପୃକ୍ତ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ବିରାଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବାଲି ନାଟିସରେ ଉଲ୍ଲେଖ ରହିଛି ।
Powered by Froala Editor