ଧାରୁଆ ଅସ୍ତ୍ରରେ ହାଣି ଯୁବକଙ୍କୁ ନିର୍ମମ ଭାବେ ହତ୍ୟା
ପୁରୀ : ପୁରୀ ପେଣ୍ଠକଟା ତାରେଣୀ ବସ୍ତିରେ ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ନିର୍ମମ ଭାବେ ହତ୍ୟା କରାଯାଇଥିବା ଖବର ସାମ୍ନାକୁ ଆସିଛି। ଯୁବକଙ୍କୁ ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ହାଣିଥିବା ଜଣାପଡ଼ିଛି।
ସମୁଦ୍ରକୂଳ ଥାନା ପେଣ୍ଠକଟା ଧୋବାଖାଲ ନିକଟରେ ଏହି ହତ୍ୟାକାଣ୍ଡ ଘଟିଥିବା ସହ ରକ୍ତାକ୍ତ ମୃତଦେହ ବାଲି ଉପରେ ପଡ଼ିରହିଥିଲା। ମୃତକ ଜଣକ ଷ୍ଟେସନ ବାଲିଉପର ଅଞ୍ଚଳର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି।
Powered by Froala Editor