ପାର୍କିଂରେ କାର କାଚ ଭାଙ୍ଗି ଲୁଟ ଘଟଣା: ଗିରଫ ହେଲା ଅଭିଯୁକ୍ତ
ଭୁବନେଶ୍ଵର: କ୍ୟାପିଟାଲ ହସ୍ପିଟାଲ ପାର୍କିଂରେ କାର କାଚ ଭାଙ୍ଗି ଲୁଟ ଘଟଣାରେ କ୍ୟାପିଟାଲ ଥାନା ପୁଲିସ୍ ଲୁଟେରାକୁ ଗିରଫ କରିଛି। ବାପୁଜୀ ନଗରରେ ଲୁଟ ମୋବାଇଲ ବିକ୍ରି କରୁଥିବା ବେଳେ ପୁଲିସ୍ କାବୁ କରିବାରେ ସଫଳ ହୋଇଛି। ଗିରଫ ଲୁଟେରା ଜଣକ ହେଉଛି ରାକେଶ ଖୁଣ୍ଟିଆ ଓରଫ ଟୁଟୁଲୁ। ଗତ ୨୬ ତାରିଖରେ ଅଭିଯୋଗକାରୀ ରଞ୍ଜିତ୍ ବିଶ୍ୱାଳ କ୍ୟାପିଟାଲ ହସ୍ପିଟାଲ ପାର୍କିଂରେ କାର ପାର୍କିଂ କରି କ୍ୟାପିଟାଲ ହସ୍ପିଟାଲକୁ ଯାଇଥିଲେ। କିଛି ସମୟ ପରେ ଆସି ଦେଖିଲା ବେଳକୁ ତାଙ୍କ କାର କାଚ ଭାଙ୍ଗି ନଗଦ ୨୫ ହଜାର ଟଙ୍କା ଏବଂ ଆଇଫୋନ ଚୋରି ହୋଇଯାଇଛି। ଏ ନେଇ ସେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ।
Powered by Froala Editor