ରଥକାଠ ଚିରଟ ଆରମ୍ଭ
ପୁରୀ: ଆଜି ଶ୍ରୀରାମ ନବମୀରେ ରଥକାଠ ଚିରଟର ଶୁଭ ଅନୁକୂଳ ହୋଇଛି । ଏଥିପାଇଁ ଶ୍ରୀମନ୍ଦିରରୁ ଲାଗି ହୋଇଥିବା ମାଳ, ମହାପ୍ରସାଦ ନେଇ ଏକ ଟିମ୍ କଟକ ଅଭିମୁଖେ ଯାତ୍ରା କରିଛନ୍ତି। କଟକ ଖପୁରିଆସ୍ଥିତ ସ’ ମିଲରେ ମାଳ ମହାପ୍ରସାଦ ଲାଗି ପରେ ରଥକାଠ ଚିରଟ ଆରମ୍ଭ ହୋଇଛି। ରଥ କାଠ ଚିରାଟ ର ଅନୁକୂଳ ପାଇଁ ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କଟକ ଖପୁରିଆ କରତ କଳରେ ପହଞ୍ଚି କାଠ ଚିରା ଅନୁକୂଳ କରିଛନ୍ତି।
Powered by Froala Editor