ଶ୍ରୀରାମ ନବମୀରେ ରଥକାଠ ଚିରଟର ହେବ ଶୁଭ ଅନୁକୂଳ
ପୁରୀ: ଆଜି ଶ୍ରୀରାମ ନବମୀରେ ରଥକାଠ ଚିରଟର ଶୁଭ ଅନୁକୂଳ ହେବ। ଏଥିପାଇଁ ଶ୍ରୀମନ୍ଦିରରୁ ଲାଗି ହୋଇଥିବା ମାଳ, ମହାପ୍ରସାଦ ନେଇ ଏକ ଟିମ୍ କଟକ ଅଭିମୁଖେ ଯାତ୍ରା କରିବେ। କଟକ ଖପୁରିଆସ୍ଥିତ ସ’ ମିଲରେ ମାଳ ମହାପ୍ରସାଦ ଲାଗି ପରେ ରଥକାଠ ଚିରଟ ଆରମ୍ଭ ହେବ। ଭାରପ୍ରାପ୍ତ ବରିଷ୍ଠ ତତ୍ତ୍ବାବଧାରକ ଚିତ୍ତରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ଚିରଟ ପ୍ରକ୍ରିୟା ଅନୁକୂଳ କରିବେ। ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀଙ୍କ ସମେତ ତିନି ରଥର ମୁଖ୍ୟ ମହାରଣା, ଅମିନ, ଭୋଇ ସର୍ଦାର ଉପସ୍ଥିତ ରହିବେ।
Powered by Froala Editor