ବାରବାଟୀରେ ହେବ ଟି-୨୦ ମ୍ୟାଚ୍, କେବେ ଜାଣନ୍ତୁ ?
କଟକ: ଡିସେମ୍ବର ୨୪ ତାରିଖରେ ବାରବାଟୀରେ ଟି-୨୦ ମ୍ୟାଚ୍ ଖେଳାଯିବ। ଦୀର୍ଘ ଦିନର ବ୍ୟବଧାନ ପରେ ବାରବାଟୀରେ ଭାରତ ଓ ଶ୍ରୀଲଙ୍କା ପରସ୍ପରର ସାମ୍ନା କରିବେ । ୨୦୨୬-୨୭ ପାଇଁ ବିସିସିଆଇ ଖେଳସୂଚୀରୁ ସ୍ପଷ୍ଟ ହୋଇଛି। ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ। ଶ୍ରୀଲଙ୍କା ଭାରତ ଗସ୍ତରେ ଆସି ୩ଟି ଓଡିଆଇ ଓ ୩ଟି ଟି-୨୦ ମ୍ୟାଚ୍ ଖେଳିବ। ୩ ମ୍ୟାଚ୍ ଟି-୨୦ ସିରିଜ୍ର ଦ୍ବିତୀୟ ମ୍ୟାଚ୍ ବାରବାଟୀରେ ଖେଳିବ। ରାଜକୋଟରେ ଶ୍ରୀଲଙ୍କା ପ୍ରଥମ ଓ ପୁଣେରେ ତୃତୀୟ ଟି-୨୦ ଖେଳିବ । ଶେଷଥର ପାଇଁ ୨୦୧୭ ମସିହାରେ ବାରବାଟୀ ଷ୍ଟାଡିୟମରେ ଏହି ଦୁଇ ଦଳ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା ।
Powered by Froala Editor