ଏକେ-୪୭ ସହ ମୋଷ୍ଟ ୱାଣ୍ଟେଡ ମାଓବାଦୀ ନେତା ଶୁକ୍ରୁର କଲା ଆତ୍ମସମର୍ପଣ
ଫୁଲବାଣୀ: ଆତ୍ମସମର୍ପଣ କଲେ ମୋଷ୍ଟ ୱାଣ୍ଟେଡ ମାଓବାଦୀ ନେତା ଶୁକ୍ରୁର। କନ୍ଧମାଳ ପୋଲିସ ପାଖରେ ଶୁକ୍ରୁର ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଏକେ-୪୭ ସହ ସେ ଆତ୍ମସମର୍ପଣ କରିଥିବା ଜଣାପଡିଛି। ତେବେ ତାଙ୍କୁ ଧରାଇ ଦେବା ପାଇଁ ୫୫ ଲକ୍ଷର ପୁରସ୍କାର ରାଶି ଘୋଷଣା ହୋଇଥିଲା। କନ୍ଧମାଳରେ ବେଶ ସକ୍ରିୟ ଥିଲେ ସେ। ଏଇଟ୍ଥ କମ୍ପାନୀ ନାଁରେ ନୂଆ ସଂଗଠନ ଚଳାଇଥିଲେ। ଶୁକ୍ରୁଙ୍କୁ ଆତ୍ମସମର୍ପଣ ପାଇଁ ଆହ୍ବାନ ଦେଇଥିଲେ ଓଡ଼ିଶା ପୋଲିସ।