ରୋଷେୟାଙ୍କ ତଣ୍ଟିକାଟି ଦେଲା ହେଲପର
ଭୁବନେଶ୍ୱର: ରାଜଧାନୀରେ ଥମୁନି ଅପରାଧ। ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ସୋମବାର ବିଳମ୍ବିତ ରାତିରେ ଏକ ହୋଟେଲ ରୋଷେୟାଙ୍କ ତଣ୍ଟିକାଟି ଦେଇଛି ହେଲପର। ଏଭଳି ଘଟଣା ଦେଖିବାକୁ ମିଳିଛି ପଟିଆ ଷ୍ଟେସନ୍ ରୋଡରେ। ଗୁରୁତର ଆହତ ରୋଷେୟା ଜଣକ ହେଲେ ଆଶିଷ ମହାନ୍ତି । ଉଭୟ ପଟିଆ ଷ୍ଟେସନ ରୋଡରେ ଥିବା ଏକ ହୋଟେଲରେ କାମ କରୁଥିଲେ। ସାମାନ୍ୟ ଯୁକ୍ତିତର୍କକୁ ନେଇ ଏହି ଘଟଣା ଘଟିଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।
Powered by Froala Editor