ଜୟଦେବ ଜେନାଙ୍କୁ ହତ୍ୟା ଧମକ: ଦୁଇ ଜଣଙ୍କୁ ଗିରଫ କଲା ପୁଲିସ୍
ଭୁବନେଶ୍ବର: ଓଡ଼ିଶା କଂଗ୍ରେସ ସଂଗଠକ ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ହତ୍ୟା ଧମକ ନେଇ ନନ୍ଦିପଦା ପୁଲିସ୍ ଦୁଇ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଅଭିଯୁକ୍ତମାନେ ହେଲେ ଯାଜପୁର ରୋଡ୍ ନୂଆ ଗାଁ ର ମାନଗୋବିନ୍ଦ ବାରିକ ଙ୍କ ପୁଅ ହରମୋହନ ବାରିକ (୨୭) ଏବଂ ସେହି ଗାଁର ସୁବାଷ ନଟିଆ ଙ୍କ ପୁଅ ରାକେଶ ନଟି ଆ (୨୯) । ଗତକାଲି ରାତିରେ ଯାଜପୁର ଜିଲ୍ଲା ମଙ୍ଗଳପୁର ପଞ୍ଚାୟତ ନୂଆଗାଁରୁ ଗିରଫ କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ ଗତ ମାର୍ଚ୍ଚ ୯ ତାରିଖରେ କେହି ଜଣେ ଅଜଣା ବ୍ୟକ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଙ୍କୁ ହତ୍ୟା ଧମକ ଦେଇଥିଲେ। ଅଭିଯୁକ୍ତଙ୍କୁ ଗିରଫ ସହ ନିଜ ସୁରକ୍ଷା ଦାବି କରିଥିଲେ ଜୟଦେବ। ଏନେଇ ସେ କେନ୍ଦୁଝର ନନ୍ଦିପଦା ଥାନାରେ ମଧ୍ୟ ଅଭିଯୋଗ କରିଥିଲେ । ଏପରିକି ଏହି ଧମକକୁ ନେଇ ମୁଖ୍ୟମନ୍ତ୍ରୀ, ପୁଲିସ୍ ଡିଜି ଏବଂ କେନ୍ଦୁଝର ଏସପିଙ୍କୁ ମଧ୍ୟ ଜଣାଇଥିଲେ ।
Powered by Froala Editor