ପାନ ଦୋକାନୀଙ୍କୁ ଦୁର୍ବୃତ୍ତଙ୍କ ଆକ୍ରମଣ
ନୀଳଗିରି: ନୀଳଗିରି ଷ୍ଟେସନସାହି-କାହାଳିଆ ରାସ୍ତାର ଏକ କେନାଲ ନିକଟରେ ଅଭାବନୀୟ ଘଟଣା ଘଟିଛି। ଜଣେ ପାନ ଦୋକାନୀଙ୍କୁ ଗୋଡାଇ ଗୋଡାଇ ହାଣିଛନ୍ତି ଦୁର୍ବୃତ୍ତ। ଆହତ ବ୍ୟକ୍ତି ଜଣକ କାହାଳିଆ ଅଞ୍ଚଳର ପ୍ରଦୀପ ପଣ୍ଡା(୫୨) ବୋଲି ଜଣାପଡିଛି। ସମ୍ପୃକ୍ତ ଦୋକାନୀ ଜଣକ ବିଳମ୍ବିତ ରାତିରେ ଘରକୁ ଫେରୁଥିବା ସମୟରେ ଦୁର୍ବୃତ୍ତମାନେ ତାଙ୍କୁ ଅଟକାଇଥିଲେ। ପରେ ଭୁଜାଲି ଓ କଟୁରିରେ ଆକ୍ରମଣ କରିଥିଲେ। ରକ୍ତ ଜୁଡୁବୁଡୁ ହୋଇ ମୁମୂର୍ଷ ଅବସ୍ଥାରେ ପଡ଼ିଥିବା ଏହି ଦୋକାନୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।
Powered by Froala Editor