ଓଡ଼ିଶାରେ ୯ଟି ୯ ସହରରେ ହେବ ଓଜେଇଇ ପରୀକ୍ଷା

ଭୁବନେଶ୍ୱର : କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଓଜେଇଇ (ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା) କେନ୍ଦ୍ର ସଂଖ୍ୟା ବୃଦ୍ଧି କରିବାକୁ କର୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶାରେ ୯ଟି ଓ ରାଜ୍ୟ ବାହାରେ ୩ଟି ନୂଆ ସ୍ଥାନରେ ପରୀକ୍ଷା କରିବାକୁ ସ୍ଥିର ହୋଇଛି । ଓଡ଼ିଶା ଭିତରେ ନୂଆ କରି ହେବାକୁ ଥିବା କେନ୍ଦ୍ରଗୁଡ଼ିକ ହେଲା କେନ୍ଦ୍ରାପଡ଼ା, ଭବାନୀପାଟଣା, ବୌଦ୍ଧ, ଦେବଗଡ଼, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ପୁରୀ ଓ ସୋନପୁର । ଏହାଦ୍ୱାରା ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଏବର୍ଷ ଓଜେଇଇ ଅନୁଷ୍ଠିତ ହେବ । ରାଜ୍ୟ ବାହାରେ ପାଟଣା, ରାଞ୍ଚି ଓ କୋଲକାତାରେ ପରୀକ୍ଷା କେନ୍ଦ୍ର ହେବ ବୋଲି ଓଜେଇଇ କର୍ତୃପକ୍ଷ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଆବେଦନ ସମୟ ସୀମାକୁ ଜୁଲାଇ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଆଗ୍ରହୀ ଛାତ୍ରଛାତ୍ରୀ ଏହି ସମୟ ମଧ୍ୟରେ ଆବେଦନ କରିବା ସହ ଅଗଷ୍ଟ ୨ ସୁଦ୍ଧା ଫି’ ଦାଖଲ କରିପାରିବେ । ଯେଉଁ ଛାତ୍ରଛାତ୍ରୀ ସଫଳତାର ସହ ଆବେଦନ କରିସାରିଛନ୍ତି ସେମାନେ ଓଜେଇଇ ଅନଲାଇନ ଆପ୍ଲିକେସନ ପୋର୍ଟାଲକୁ ଯାଇ ତାଙ୍କ ଆଇଡି ଓ ପାସୱାର୍ଡ ବ୍ୟବହାର କରି କୌଣସି ପ୍ରକାର ତ୍ରୁଟି ସଂଶୋଧନ କରିପାରିବେ । ଏଥିସହ ନିଜର ସୁବିଧା ଅନୁଯାୟୀ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କରିପାରିବେ ।
Powered by Froala Editor