SIR କାର୍ଯ୍ୟରେ ଅବହେଳା, ନିଲମ୍ବିତ ହେଲେ ଶିକ୍ଷୟିତ୍ରୀ
ଭୁବନେଶ୍ଵର: ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (SIR) କାର୍ଯ୍ୟରେ ଅବହେଳା ପାଇଁ ଗୁରୁବାର ଜଣେ ସହକାରୀ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନ ଜିଲ୍ଲା ନିର୍ବାଚନ ଅଧିକାରୀ ଚଞ୍ଚଳ ରାଣା ନେଇଛନ୍ତି। ସେ ସରକାରୀ ଉଚ୍ଚ ବିଦ୍ୟାଳୟ, ଚନ୍ଦ୍ରଶେଖରପୁର, ଫେଜ୍–୨ ରେ କାର୍ଯ୍ୟରତ ଶିକ୍ଷୟତ୍ରୀ ଥିଲେ।
ରଶ୍ମି ସାହୁଙ୍କୁ ବୁଥ୍ ସ୍ତରୀୟ ଅଧିକାରୀ (BLO) ଭାବେ ନିଯୁକ୍ତ କରାଯାଇଥିଲା। ଏହି ପରିପ୍ରେକ୍ଷିରେ, ଜନପ୍ରତିନିଧିତ୍ୱ ଆଇନ, 1950 ର ଧାରା 32(1) ଅନୁଯାୟୀ ଜିଲ୍ଲା ନିର୍ବାଚନ ଅଧିକାରୀ ଚଞ୍ଚଳ ରାଣା ତାଙ୍କୁ ତୁରନ୍ତ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି।
Powered by Froala Editor