ବାଜି ମାରିଲେ ମନମୋହନ ସାମଲ, ସୁଜିତ କୁମାର, ସଂତୃପ୍ତ ମିଶ୍ର ଓ ଦିଲୀପ ରାୟ
ରାଜ୍ୟସଭା ନିର୍ବାଚନରେ ବାଜି ମାରିଲେ ବିଜେପିର ମନମୋହନ ସାମଲ, ସୁଜିତ କୁମାର, ବିଜେଡିର ସଂତୃପ୍ତ ମିଶ୍ର ଓ ସ୍ବାଧୀନ ପ୍ରାର୍ଥୀ ଦିଲୀପ ରାୟ । କଂଗ୍ରେସ ଓ ବିଜେଡି ମିଳିତ ପ୍ରାର୍ଥୀ ଦତ୍ତେଶ୍ବର ହୋତା ଦିଲ୍ଲୀପଙ୍କ ଠାରୁ ପରାଜିତ ହୋଇଛନ୍ତି।ବିଜେଡିର ପ୍ରାର୍ଥୀ ସଂତୃପ୍ତ ମିଶ୍ର ବିଜୟୀ ହୋଇଥିଲା ବେଳେ ଦଳ ସମର୍ଥନ କରିଥିବା ଦତ୍ତେଶ୍ବର ହୋତାଙ୍କୁ ପରାଜିତ ହୋଇଛନ୍ତି।
ପ୍ରଥମ ପସନ୍ଦ ଭୋଟରେ ମନମୋହନ ସାମଲ ୩୫, ସୁଜିତ କୁମାର ୩୫ ଓ ସଂତୃପ୍ତ ମିଶ୍ର ୩୧ ଖଣ୍ଡ ଭୋଟ ମିଳିଥିଲା। ପ୍ରଥମ ପସନ୍ଦ ଭୋଟରେ ବିଜେପିର ମନମୋହନ, ସୁଜିତ ଓ ବିଜେଡିର ସଂତୃପ୍ତ ବିଜୟୀ ହୋଇଥିଲେ।
ରାଜ୍ୟସଭାକୁ ପୁଣି ଥରେ ସୁଜିତ କୁମାର ଓ ଦିଲୀପ ରାୟ ଯାଇଥିବା ବେଳେ ମନମୋହନ ସାମଲ ଏବଂ ସଂତୃପ୍ତ ମିଶ୍ର ପ୍ରଥମ ଥର ନିର୍ବାଚିତ ହୋଇଛନ୍ତି। ଅନ୍ୟପଟରେ ଦତ୍ତେଶ୍ବର ହୋତାଙ୍କୁ ଶକ୍ତ ଝଟକା ଲାଗିଛି। କ୍ରସ ଭୋଟିଂ ଯୋଗୁଁ ଦତ୍ତେଶ୍ବରଙ୍କ ପାଇଁ ଫଳାଫଳ ସକରାତ୍ମକ ଆସି ନାହିଁ ବୋଲି ବିଜେଡି ଏବଂ କଂଗ୍ରେସ କହିଛନ୍ତି। ନିର୍ବାଚନ ଫଳାଫଳ ପରେ ବିଜେଡି ନେତା ପ୍ରତାପଦେବ ଗଣମାଧ୍ୟମକୁ କହିଛନ୍ତି, ଆମ ଦଳର ୮ଜଣ ବିଧାୟକ କ୍ରସ ଭୋଟିଂ କରିଛନ୍ତି।
ବିଜୟ ପରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ବିଜେପି ଓ ବିଜେପି ସମର୍ଥିତ ପ୍ରାର୍ଥୀଙ୍କ ପ୍ରଚଣ୍ଡ ବିଜୟ ହୋଇଛି। ଆଜି ଓଡ଼ିଶା ପାଇଁ ଐତିହାସିକ ଦିନ। ସବୁବେଳେ ଓଡ଼ିଶାର ସ୍ବରକୁ ଶାଣିତ କରିବୁ। ସେହିଭଳି ମନମୋହନ ସାମଲ କହିଛନ୍ତି, ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ, ଲୋକଙ୍କ ଆଶୀର୍ବାଦ ଯୋଗୁ ଆମେ ବିଜୟୀ ହୋଇଛୁ। ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ।
Powered by Froala Editor