ଏକ୍ସପ୍ରେସ୍ ୱେରେ ରିଲ୍ସ କରି ଜୀବନ ହରାଇଲେ ଛାତ୍ର
ସୋସିଆଲ ମିଡ଼ିଆରେ ଭାଇରାଲ ହେବାର ଇଚ୍ଛାରେ ଜଣେ ଛାତ୍ର ଜୀବନ ହରାଇଛି । ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ ୱେରେ ରିଲ୍ କରୁଥିବା ହରିଆଣାରର ଦ୍ୱାଦଶ ଶ୍ରେଣୀର ଜଣେ ଛାତ୍ରଙ୍କ ଦୁଃଖଦ ମୃତ୍ୟୁ ଘଟିଛି । ତାଙ୍କର ଦୁଇ ଜଣ ସାଥି ଗୁରୁତର ହୋଇଛନ୍ତି ।
ସୂଚନା ଅନୁସାରେ, ଶନିବାର ଦ୍ୱାଦଶ ଶ୍ରେଣୀରେ ପଢୁଥିବା ମାଇନ ନାମକ ଛାତ୍ର ଶାହପୁର ନଗଲିରେ ନିଜର ଦୁଇ ଜଣ ସାଥିଙ୍କ ସହ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସରେ ବୁଲିବାକୁ ଯାଇଥିଲେ । ତିନି ଜଣ ଯୁବକ ବାଇକ୍ ଯୋଗେ ଏକ୍ସପ୍ରେସୱେରେ ପହଞ୍ଚି ଥିଲେ । ସେଠାରେ ସେ ନିଜର ବାଇକ୍ ଏକ୍ସପ୍ରେସୱେରେ ତଳେ ରାସ୍ତାରେ ଠିଆ କରାଇ ଥିଲେ ଏବଂ ଉପରେ ଚଢିଗଲେ । ଯୁବକ ଜଣଙ୍କ ଏକ୍ସପ୍ରେସରେ ରେଡବୁଲ ପିଉ ଥିବାର ରିଲ୍ ତିଆରି କରୁଥିଲେ । ଏହି ସମୟରେ ପଛରୁ ଦ୍ରୁତ ଗତିରେ କ୍ୟାଣ୍ଟର ଗାଡ଼ି ଆସୁଥିଲା ଏବଂ ତିନି ଜଣ ଯୁବକଙ୍କୁ ଧକ୍କା ଦେଇଥିଲା । ଧକ୍କା ଏତେ ଜୋରଦାର ଥିଲା ଯେ, ତିନି ଜଣ ଯୁବକ ରାସ୍ତାରେ ଖସିପଡ଼ି ଗୁରୁତର ହୋଇଥିଲେ । ଗୁରୁତର ଥିବା ମାଇନଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଘଟଣାର ଭୟଙ୍କର ଭଡ଼ିଓ ମଧ୍ୟ ସାମ୍ନାକୁ ଆସିଛି, ଯାହା ଏବେ ସାସିଆଲ ମିଡିଆରେ ଭାଇରାଲ ହେଉଛି ।
Powered by Froala Editor