ଥାଲାପତି ବିଜୟଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପଦ ଅଫର୍
ତାମିଲନାଡ଼ୁରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପରେ ରାଜନୀତିରେ ହଲଚଲ ଦେଖିବାକୁ ମିଳିଛି । କୌଶଳ କ୍ରମେ ବିଜେପି ଦକ୍ଷିଣ ଭାରତରେ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଉଦ୍ୟମ ଚଳାଇଛି । ତେଣୁ ତାମିଲନାଡ଼ୁରେ ନୂଆ କରି ପାର୍ଟି ଗଠନ କରିଥିବା ସାଉଥ୍ ସୁପରଷ୍ଟାର ଥାଲାପତି ବିଜୟଙ୍କୁ ନିର୍ବାଚନୀ ପସାପାଲିରେ ହୁକୁମର ଗୋଟି ଚଳାଇଛି । ଉଭୟ ପାର୍ଟି ମଧ୍ୟରେ ଗଠବନ୍ଧନ ନେଇ ଆଲୋଚନା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ବୋଲି କୁହାଯାଉଛି ।
ବିଜୟଙ୍କ ଦଳ ଟିଭିକେ ଏବଂ ବିଜେପି ମଧ୍ୟରେ ଗଠବନ୍ଧନ ହେବା ନେଇ ଆଲୋଚନା ହେଉଛି । ଏନେଇ ଭାରତୀୟ ଜନତା ପାର୍ଟି ସାଉଥ୍ ସୁପରଷ୍ଟାର ଥାଲାପତି ବିଜୟଙ୍କ ଦଳକୁ ୮୦ ବିଧାନସଭା ଆସନ ଛାଡ଼ିବାକୁ ପ୍ରସ୍ତାବ ଦେଇଛି । ଏହା ସହିତ ବିଜୟଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦେବାକୁ ମଧ୍ୟ କହିଛି । ହେଲେ ରିପାର୍ଟରେ କୁହାଯାଇଛି ଯେ ଥାଲାପତି ବିଜୟ ମୁଖ୍ୟମନ୍ତ୍ରୀ ପଦ ଚାହାନ୍ତି । ଯାହାକୁ ନେଇ ତାମିଲନାଡ଼ୁରେ ଗଠବନ୍ଧନ ସମୀକରଣର ଫସିଛି ।
ସୂତ୍ର ଅନୁସାରେ, ସୁପରଷ୍ଟାର ବିଜୟଙ୍କ ପାର୍ଟି \"ଟିଭିକେ\' (ଞଠକ) ସହ ମେଣ୍ଟ କରିବା ପାଇଁ ବିଜେପି ପକ୍ଷରୁ ଏକ ବଡ଼ ପ୍ରସ୍ତାବ ଦିଆଯାଇଛି । କେବଳ ସିଟ୍ ନୁହେଁ ବରଂ ବିଜୟଙ୍କ ପାଇଁ ଉପ-ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ଅଫର୍ କରିଛି ଭାରତୀୟ ଜନତା ପାର୍ଟି ।
ତାମିଲନାଡୁରେ ଏନଡିଏର ଶକ୍ତି ବୃଦ୍ଧି କରିବା ପାଇଁ ବିଜେପି ରଣନୀତି ପ୍ରସ୍ତୁତ କରିଛି । ନିର୍ବାଚନ ଜିତିଲେ ବିଜୟଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରାଯିବ ବାଲି ମଧ୍ୟ ଚର୍ଚ୍ଚା ହେଉଛି । ତେବେ ବିଜୟ ମୁଖ୍ୟମନ୍ତ୍ରୀ ପଦ ଉପରେ ନଜର ରଖିଥିବାରୁ ଏହି ଆଲୋଚନା ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।
Powered by Froala Editor