ଆରମ୍ଭ ହେଲା ରାଜ୍ୟସଭା ନିର୍ବାଚନ, ମୁକେଶ ମହାଲିଙ୍ଗ ଦେଲେ ପ୍ରଥମ ଭୋଟ୍
ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ବିଧାନସଭାର ୫୪ ନଂ ପ୍ରକୋଷ୍ଠରେ ଭୋଟିଂ ଚାଲିଥିବାବେଳେ ଏହା ଅପରାହ୍ନ ୪ଟା ଯାଏଁ ଚାଲିବ। ଜଣଙ୍କ ପରେ ଜଣେ ବିଧାୟକ ଭୋଟ ଦେବା ପାଇଁ ପହଞ୍ଚୁଥିବା ଦେଖିବାକୁ ମିଳିଛି । ରାଜ୍ୟସଭା ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ୫ ପ୍ରାର୍ଥୀ ୪ଟି ଆସନରେ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି।
ମତଦାନ ଆରମ୍ଭ ହେବା ମାତ୍ରେ ମୁକେଶ ମହାଲିଙ୍ଗ ପ୍ରଥମେ ଭୋଟ୍ ଦେଇଛନ୍ତି। ଅନ୍ୟପଟେ ବିଜେଡି ବିଧାୟକମାନେ ନବୀନ ନିବାସରେ ପହଞ୍ଚୁଛନ୍ତି । ସେମାନେ ନବୀନ ନିବାସରୁ ବାହାରି ବିଧାନସଭା ଭୋଟ ଦେବାକୁ ଆସିବେ । ମତଦାନ ସରିବା ପରେ ଅପରାହ୍ନ ୫ ଟାରେ ଗଣତି ହେବା ନେଇ ସୂଚନା ରହିଛି।
Powered by Froala Editor