ଗୁରୁ-ଶିଷ୍ୟା ସମ୍ପର୍କରେ ଲାଗିଛି କଳଙ୍କ, ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ
ବଲାଙ୍ଗିର: ଶିକ୍ଷା ମନ୍ଦିରରେ ଗୁରୁ-ଶିଷ୍ୟା ସମ୍ପର୍କରେ ଲାଗିଛି କଳଙ୍କ। ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅଞ୍ଚଳରୁ ଆସିଛି ଏକ ଚାଞ୍ଚଲ୍ୟକର ଖବର। ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଜଣେ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। କିନ୍ତୁ ଆଶ୍ଚର୍ଯ୍ୟର କଥା, ପୋଲିସରେ ଅଭିଯୋଗ କରିବା ବଦଳରେ ଘଟଣାକୁ ରଫାଦଫା କରିବା ପାଇଁ ଉଦ୍ୟମ ଚାଲିଥିବା ଚର୍ଚ୍ଚା ହେଉଛି।
ସୂଚନା ଅନୁଯାୟୀ, ଦେଓଗାଁ ଥାନା ସାଲେପାଲି ପଞ୍ଚାୟତ ବଡ଼ ଦୁଙ୍ଗୁରୀପାଲି ବିଦ୍ୟାଳୟରେ ଗତ ସୋମବାର ଏହି ଅଭାବନୀୟ ଘଟଣା ଘଟିଛି। ବିଦ୍ୟାଳୟ ପରିସରରେ ଜଣେ ଶିକ୍ଷକ ଅଷ୍ଟମ ଶ୍ରେଣୀର ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।
ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହେଉଛି ଯେ, ଏହି ସମ୍ବେଦନଶୀଳ ଘଟଣାକୁ ସ୍କୁଲ୍ ଭିତରେ ହିଁ ଚାପି ଦେବା ପାଇଁ ପ୍ରଧାନ ଶିକ୍ଷୟିତ୍ରୀ ଉଦ୍ୟମ କରିଛନ୍ତି। ଲୋକଲଜ୍ଜ୍ୟା ଭୟରେ ଛାତ୍ରୀଙ୍କ ପରିବାର ଚୁପ୍ ରହିଥିବା ବେଳେ ବିଦ୍ୟାଳୟ ପକ୍ଷରୁ ଏହାକୁ ରଫାଦଫା କରିବାକୁ ଚେଷ୍ଟା କରାଯାଉଥିବା ଅଭିଯୋଗ ହେଉଛି।
Powered by Froala Editor