୩୦୮୨ଟି ସେଣ୍ଟରରେ ମାଟ୍ରିକ ପରୀକ୍ଷା ହେବ
କଟକ: ଚଳିତବର୍ଷ ରାଜ୍ୟର ୩୦୮୨ଟି ସେଣ୍ଟରରେ ମାଟ୍ରିକ ପରୀକ୍ଷା ହେବ। ଏ ନେଇ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ। ପ୍ରଶ୍ନପତ୍ର ରଖିବା ପାଇଁ ୩୨୨ଟି ନୋଡାଲ୍ ସେଣ୍ଟର ରହିଛି। ଏବଂ ଏଥର ପରୀକ୍ଷା ଦେବା ପାଇଁ ୫ ଲକ୍ଷ ୬୧ ହଜାର ୯୭୯ ଛାତ୍ରଛାତ୍ରୀ ଫର୍ମପୂରଣ କରିଛନ୍ତି। ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସି ଟିଭିର ବ୍ୟବସ୍ଥା କରାଯାଇଛି। ୧୭ ତାରିଖ ଭିତରେ ପ୍ରଶ୍ନପତ୍ର ସବୁ ନୋଡାଲ୍ ସେଣ୍ଟରରେ ପହଞ୍ଚିବା ନେଇ ସୂଚନା ମିଳିଛି।
Powered by Froala Editor